www.samajalive.in
Saturday, December 6, 2025
26.1 C
Bhubaneswar

ରାହୁଲଙ୍କ ‘ଧଳା ଟି-ସାର୍ଟ ଅଭିଯାନ’

ନୂଆଦିଲ୍ଲୀ : ନ୍ୟାୟ ଓ ସାମ୍ୟତା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ‘ଧଳା ଟି-ସାର୍ଟ’ ଅଭିଯାନ ଆରମ୍ଭ କରିଛନ୍ତି। ନରେନ୍ଦ୍ର ମୋଦୀଙ୍କ ସରକାର ଗରିବ ଓ ଶ୍ରମଜୀବୀଙ୍କୁ ଉପେକ୍ଷା କରୁଥିବା ଅଭିଯୋଗ ଆଣି ଯୁବ କର୍ମଜୀବୀମାନେ ତାଙ୍କ ଅଭିଯାନରେ ସାମିଲ ହେବାକୁ ରାହୁଲ ଆହ୍ବାନ ଜଣାଇଛନ୍ତି। ଦେଶର ସବୁ ବର୍ଗର ନାଗରିକଙ୍କୁ ଅର୍ଥନୈତିକ ନ୍ୟାୟ ଓ ସମାନତା ପ୍ରଦାନରେ ସରକାର ବ୍ୟର୍ଥ ହୋଇଛନ୍ତି; ତେଣୁ ଦେଶରେ ଆର୍ଥିକ ବୈଷମ୍ୟ ବୃଦ୍ଧିପାଇଚାଲିଛି ବୋଲି ଦର୍ଶାଇଛନ୍ତି ରାହୁଲ। ଏହାର ପ୍ରତିବାଦ ସହ ସବୁ ପ୍ରକାର ସାମାଜିକ ବୈଷମ୍ୟ ଦୂର ଓ ସାମ୍ୟତା ସ୍ଥାପନ, ସମାଜରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦାବିରେ ସେ ‘ହ୍ବାଇଟ୍‌ ଟି-ସାର୍ଟ’ ବା ଧଳା ଟି-ସାର୍ଟ ଅଭିଯାନ ଆରମ୍ଭ କରିଛନ୍ତି। ସର୍ବଦା ଧଳା ଟି-ସାର୍ଟ ପରିଧାନ କରୁଥିବା ରାହୁଲ କହିଛନ୍ତି ଯେ ଧଳା ହେଉଛି ଶାନ୍ତିର ପ୍ରତୀକ। ଧଳା ଟି-ସାର୍ଟ କେବଳ ଏକ ସାଧାରଣ କପଡ଼ା ନୁହେଁ; ଏହା କଂଗ୍ରେସର ୫ ଆଦର୍ଶ- ଦୟା, ଏକତା, ଅହିଂସା, ସାମ୍ୟତା ଓ ପ୍ରଗତିର ପ୍ରତୀକ। ଦୀର୍ଘ ୮ହଜାର ବର୍ଷ ପୁରୁଣା ସଭ୍ୟତା​‌ରେ ଏହାର ମୂଲ୍ୟବୋଧ ରହିଆସିଛି। ଏହାକୁ ସମସ୍ତେ ଅନୁସରଣ କରିବା ଉଚିତ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories