www.samajalive.in
Sunday, December 7, 2025
14.1 C
Bhubaneswar

ଘରେ ଲାଗି ରହୁଛି କି କଳହ,ଅଶାନ୍ତି ; ଚୁଟ୍‌କିରେ କରନ୍ତୁ ସମାଧାନ

ଅଧିକାଂଶ ସମୟରେ ଘରେ କଳହ ଓ ଅଶାନ୍ତି କାରଣରୁ ସଭିଏଁ ଚିନ୍ତିତ ରହିଥାନ୍ତି । କିଛି ବ୍ୟକ୍ତି ବିଶେଷଙ୍କ ଘରେ ନିୟମିତ ଅଯଥାରେ ମଧ୍ୟ କଳହ ହୋଇଥାଏ । ଜାତକରେ ଚତୁର୍ଥ ଭାଗରେ କୌଣସି ସମସ୍ୟା ଥିଲେ ଏଭଳି ସମସ୍ୟା ହୋଇଥାଏ । ଜାତକରେ ଚନ୍ଦ୍ରମା ଦୁର୍ବଳ ଥିଲେ, କଳହ ଅଧିକ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ଏପରି କିଛି ସରଳ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହା ଆପଣାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । ଜାଣନ୍ତୁ..
ଘରେ ନିୟମିତ କର୍ପୂର ଜଳାନ୍ତୁ । ଏହାଦ୍ୱାରା ଘରେ ସର୍ବଦା ଶାନ୍ତି ରହିଥାଏ । ଘିଅରେ ମିଶାଇ ମଧ୍ୟ କର୍ପୂର ଲଗାଇପାରିବେ ।
ପତି-ପତ୍ନୀଙ୍କ ମଧ୍ୟରେ କଳହ ହେଉଥିଲେ, ତକିଆ ତଳେ ଏକ କର୍ପୂର ରଖନ୍ତୁ । କିଛି ଦିନ ନିୟମିତ କରନ୍ତୁ । ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ।
ଘରେ ନିୟମିତ କଳହ ହେଉଥିଲେ ଅଶ୍ୱତ୍ଥ ବୃକ୍ଷକୁ ପୂଜା କରନ୍ତୁ । ଏକ ଅଶ୍ୱତ୍ଥ ବୃକ୍ଷ ଲଗାଇ ଏହାର ଯତ୍ନ ନିଅନ୍ତୁ ।
ରବିବାର କର୍ପୂର, ଘିଅ ଓ ଗୁଡ ମିଶାଇ ଘରେ ଜଳାଇବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ ।
ମଙ୍ଗଳବାର ପ୍ରଭୁ ହନୁମାନଙ୍କ ନିକଟରେ ପଞ୍ଚମୁଖୀ ଦୀପ ଲଗାନ୍ତୁ । ପରିବାରରେ ହସଖୁସି ବାତାବରଣ ରହିଥାଏ ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories