କାରକୁ ପିଟିଲା ଟ୍ରକ୍, ଡିଏସପି ମୃତ

ଯାଜପୁର: ଏକ କାର୍ ଧକ୍କାରେ ବାଲେଶ୍ବର ଜିଲାରେ କାର୍ଯ୍ୟରତ ଡିଏସପି ବଳରାମ ନାୟକଙ୍କ ମୃତ୍ୟୁ ଘଟିଛି । ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ ସେ ଆସୁଥିବା ଏକ କାରକୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି । କାରକୁ ଟ୍ରକ୍ ଧକ୍କା ଦେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ମୃତ ଡିଏସପି କେନ୍ଦୁଝର ଘଟଗାଁରେ ଥିବା ନିଜ ଘରକୁ ଫେରୁଥିଲେ ।
Comments are closed.