ଜିଲା ଆଇନ ସେବା ପ୍ରାଧିକରଣ ଅନୁକୁଲ୍ୟରେ ପ୍ରଦୂଷଣ ବିରୋଧୀ ଆଇନ ସଚେତନତା କାର୍ଯ୍ୟକ୍ରମ
ପାତ୍ରପୁର: ଜିଲା ଆଇନ ସେବା ପ୍ରାଧିକରଣ ଓ ପାତ୍ରପୁର ତାଲୁକ ଆଇନ ସେବା ସହଯୋଗରେ ପ୍ରଦୂଷଣ ବିରୋଧୀ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଥିଲା। ଏଥିରେ ଛାତ୍ର ସ୍ଵାକ୍ଷରିତ କ୍ଳବ୍ ସହିତ ଜଡିତ ପ୍ରଦୂଷଣ ବିରୋଧୀ ଆଇନ ଉପରେ ସଚେତନତା କରାଯାଇଥିଲା। ମୁଖ୍ୟ ବକ୍ତା ଭାବେ ଜିଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଜିଲା ସେସେନ୍ ଜର୍ଜ ରୁପଶ୍ରୀ ଚୌଧୁରୀ ଯୋଗ ଦେଇଥିବା ବେଳେ ସେକ୍ରେଟାରୀ ଦେବଶ୍ରୀ ସାହୁ, ରେଜିଷ୍ଟର ବ୍ରହ୍ମପୁର ପଦ୍ମଲୋଚନ ବଡ଼ଜେନା, କୋର୍ଟ ମେନେଜର ମନାଲିସା, ଚେୟାରମେନ ପାତ୍ରପୁର କୋର୍ଟର ବିଚାରପତି କୃଷ୍ଟା ମିଶ୍ର ସରକାରୀ ଓକିଲ ଗୋଲକ ନାୟକ ପ୍ରମୁଖ ମଞ୍ଚସୀନ ଥିଲେ ।କାର୍ଯ୍ୟକ୍ରମରେ ସ୍କିମ ପ୍ରଦର୍ଶନକୁ ବି ସୁରେନ୍ଦ୍ର ରେଡ୍ଡୀ ଏବଂ ପଦ୍ମନାଭପୁରରୁ ତାଙ୍କ ଦଳ ପ୍ରଦର୍ଶିତ କରିଥିଲେ।
Related Posts
ସେମାନେ ଆଗାମୀ ଦୀପାବଳିକୁ ଦୃଷ୍ଟିରେ ରଖି ପରିବେଶ ଏବଂ ବନ୍ୟଜନ୍ତୁ ଉପରେ ପ୍ରଦୂଷଣର ପ୍ରଭାବ ଚିତ୍ରିତ କରିଥିଲେ। ଛାତ୍ର ସାକ୍ଷରତା କ୍ଲବ ସହିତ ଜଡିତ ପ୍ରଦୂଷଣ ବିରୋଧୀ ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଏବଂ ଓକିଲମାନେ ଉପସ୍ଥିତ ରହି ପ୍ରଦୂଷଣ ବିରୋଧୀ ଆଇନ ଉପରେ ସେମାନଙ୍କ ମତ ରଖିଥିଲେ।
Comments are closed.