www.samajalive.in
Monday, December 15, 2025
14.1 C
Bhubaneswar

ଜଣେ ଆଇଏସଙ୍କ ବର୍ଦ୍ଧିତ ଛୁଟି ଆବେଦନ ନେଇ ସରଗରମ ରାଜ୍ୟ ରାଜନୀତି

ଡେସ୍କ: ନିର୍ବାଚନକୁ ୬ ମାସ ପୁରିଥିବା ବେଳେ ଲୋକମାନଙ୍କ ମାନସପଟରୁ ପୂର୍ବତନ ଆଇଏଏସ ଭି କାର୍ତିକେୟନ ପାଣ୍ଡିଆନଙ୍କ ନାଁ ଅପସରି ଯାଉଥିବା ବେଳେ ତାଙ୍କୁ ନେଇ ବିଜେପି ସରକାର ପ୍ରଥମରୁ ଯେଉଁ ତଦନ୍ତ ଓ ଦଣ୍ଡ ବିଧାନ ନେଇ ଗର୍ଜୁଥିଲେ ତାହା ମଧ୍ୟ ଶାନ୍ତ ପଡିଯାଇଛି। କିନ୍ତୁ ଆଜି ପୁଣି ଠାରେ ରାଜ୍ୟ ରାଜନୀତି ସରଗରମ ହୋଇଛି।

ତେବେ ରାଜ୍ୟ ରାଜନୀତିରେ ଦେଖାଦେଇଥିବା ହଲଚଲ ଭି କାର୍ତିକେୟନ ପାଣ୍ଡିଆନଙ୍କୁ ନେଇ ନୁହେଁ ବରଂ ତାଙ୍କ ପତ୍ନୀ ତଥା ଆଇଏଏସ ସୁଜାତା କାର୍ତିକେୟନ ପାଣ୍ଡିଆନଙ୍କୁ ନେଇ। ନିର୍ବାଚନ ପରେ ବିଜେଡିର ଶୋଚନୀୟ ପରାସ୍ତ ପରେ ଓ ଭି କାର୍ତିକେୟନ ପାଣ୍ଡିଆନଙ୍କୁ ପ୍ରତିଟି ସ୍ଥରରେ ସମାଲୋଚନା ପରେ, ଆଇଏଏସ ପତ୍ନୀ ସୁଜାତା କାର୍ତିକେୟନ ପାଣ୍ଡିଆନ ଗତ ମେ’ ମାସ ୩୧ରୁ ୬ ମାସ ଅର୍ଥାତ ନଭେମ୍ବର ୨୬ ଯାଏଁ ଛୁଟି ନେଇଥିଲେ ଏବଂ ରାଜ୍ୟ ସରକାର ମଧ୍ୟ ତାହା ମଂଜୁର କରିଥିଲେ। ଇତି ମଧ୍ୟରେ ୬ ମାସ ପରେ ଆଇଏଏସ ସୁଜାତା ପୁଣି ୬ ମାସ ପାଇଁ ବର୍ଦ୍ଧିତ ଛୁଟି ପାଇଁ ଆବେଦନ କରିଥିଲେ। ତେବେ ରାଜ୍ୟ ସରକାର ଏହି ବର୍ଦ୍ଧିତ ଛୁଟି ଆବେଦନକୁ ଅଗ୍ରାହ୍ୟ କରିବା ସହ ତାଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ପାଇଁ କହିଛନ୍ତି। ସେତେବେଳେ ଆଇଏଏସ ସୁଜାତା ନିଜ ସାନ ଝିଅର ୧୦ମ ପରୀକ୍ଷା ନିମନ୍ତେ ୬ ମାସ ଛୁଟି ନେଇଥିଲେ ବୋଲି ରାଜ୍ୟ ସରକାର କହିଥିଲେ।

- Advertisement -

ତେବେ ପ୍ରଶ୍ନ ଉଠୁଛି ଯେ ସୁଜାତା କେତେଦିନ ନିୟମାନୁଯାୟୀ ଛୁଟି ନେଇପାରିବେ ଓ ଯଦି ଆବେଦନ ନାମଞ୍ଜୁର ହୁଏ, ସେ କ୍ଷେତ୍ରରେ ସେ କଣ କରିବେ। ହୁଏତ ସେ ନ୍ୟାୟାଳୟର ଆଶ୍ରୟ ନେଇ ପାରନ୍ତି କିମ୍ବା ଆଇଏଏସ ଚାକିରିରୁ ଇସ୍ତଫା ଦେଇପାରନ୍ତି।

ତେବେ ସର୍ବଭାରତୀୟ ସେବା ନିୟମ ଅନୁଯାୟୀ, ଆବଶ୍ୟକ ସ୍ଥଳେ ଜଣେ ଆଇଏଏସ ଅଧିକାରୀ କ୍ରମାଗତ ଭାବେ ୫ ବର୍ଷ ପର୍ଯ୍ୟନ୍ତ ଛୁଟିରେ ରହିପାରିବେ କିନ୍ତୁ ୫ ବର୍ଷ ପରେ କାର୍ଯ୍ୟରେ ଯୋଗ ନ ଦେଲେ ତାହା ଇସ୍ତଫା ବୋଲି ଧରି ନିଆଯିବ। ଏବେ ଦେଖିବାର କଥା, ଆଇଏଏସ ସୁଜାତା ଓ ରାଜ୍ୟ ସରକାରଙ୍କ ପଦକ୍ଷେପକୁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories