www.samajalive.in
Sunday, December 7, 2025
16.1 C
Bhubaneswar

ପେଗାସସ୍‍ ଗୁଇନ୍ଦାଗିରି ମାମଲାରେ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: କେତେକ ରାଜନୈତିକ ବ୍ୟକ୍ତିବିଶେଷ, ସମାଜର ପ୍ରତିଷ୍ଠିତ ବ୍ୟକ୍ତି, ସାମ୍ବାଦିକ, ବରିଷ୍ଠ ଅଧିକାରୀ ଆଦିଙ୍କ ପଛରେ ଇସ୍ରାଏଲି ସଂସ୍ଥା ପେଗାସସକୁ ଗୁଇନ୍ଦାଗିରି ପାଇଁ କେନ୍ଦ୍ର ସରକାର ଲଗାଇଥିବା ଅଭିଯୋଗ ଉପରେ ସୁପ୍ରିମକୋର୍ଟରେ ଆଗତ ଏକ ଯାଚିକା ଉପରେ ମାନ୍ୟବର ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ ନୋଟି ଜାରି କରିଛନ୍ତି। ଅନ୍ୟପକ୍ଷରେ ମଙ୍ଗଳବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ଅଦାଲତରେ କୁହାଯାଇଛି ଯେ ପେଗାସସ୍‍ ଗୁଇନ୍ଦାଗିରି ମାମଲାରେ ସରକାର କୌଣସି ବିଷୟ ଲୁଚାଉନାହାନ୍ତି। ସଲିସିଟର ଜେନେରାଲ ତୁଷାର ମେହଟା କହିଥିଲେ, ଏହି ପ୍ରସଙ୍ଗ ଏକ ସ୍ୱତନ୍ତ୍ର କମିଟି ନିକଟରେ ରଖାଯିବାର ଆବଶ୍ୟକତା ରହିଛି। ଏହା ଉପରେ ସର୍ବସାଧାରଣରେ ଆଲୋଚନା କରାଯାଇପାରିବ ନାହିଁ। ସୂଚନାଯୋଗ୍ୟ ଯେ ଏହି ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ଏକାଧିକ ଯାଚିକା ଦାଏର କରାଯାଇଛି।

ସର୍ବୋଚ୍ଚ ଅଦାଲତରେ ଏହି ପ୍ରସଙ୍ଗ ଉପରେ ଶୁଣାଣି ଆରମ୍ଭ ହେବାପରେ ଶ୍ରୀ ମେହଟା କହିଥିଲେ ଏହା ଜାତୀୟ ସୁରକ୍ଷା ସମ୍ବଳିତ ପ୍ରସଙ୍ଗ ହୋଇଥିବାରୁ ଏ ସମ୍ପର୍କରେ ସର୍ବସାଧାରଣରେ ଆଲୋଚନା କରାଯାଇପାରିବ ନାହିଁ। ଏହି ସଫ୍ଟୱେର ପ୍ରତ୍ୟେକ ରାଷ୍ଟ୍ର ଖରିଦ କରିଥାନ୍ତି ଏବଂ ଏହାକୁ ବ୍ୟବହାର କରାଯାଇଛି କି ନାହିଁ ତାହା ଆବେଦନକାରୀ ଜାଣିବାକୁ ଚାହିଁଛନ୍ତି। ଯଦି ସରକାର ତାହା ପ୍ରକାଶ କରନ୍ତି ତେବେ ଆତଙ୍କବାଦୀମାନେ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବେ। ସରକାର ଏ ସମ୍ପର୍କରେ ଅଦାଲତଙ୍କୁ କିଛି ଲୁଚାଇବାକୁ ଚାହାନ୍ତି ନାହିଁ। କିନ୍ତୁ ଏହାକୁ ଏକ କମିଟି ନିକଟରେ ଉପସ୍ଥାପନ କରିବାକୁ ହେବ। କିଛି ସଫ୍ଟୱେର ବ୍ୟବହାର କରାଯାଇଥିବା ନେଇ କେତେକ ୱେବ ପୋର୍ଟାଲରେ ଖବର ପ୍ରସାରିତ ହେଉଛି ବୋଲି ସଲିସିଟର ଜେନେରାଲ ଦର୍ଶାଇଥିଲେ। ସେ ଆଉ ମଧ୍ୟ କହିଥିଲେ ଯେ ଏ ସମ୍ପର୍କରେ ଏକ ବିଶେଷଜ୍ଞ କମିଟି ନିକଟରେ ବିସ୍ତୃତ ଭାବରେ କୁହାଯାଇପାରିବ ଏବଂ ଉକ୍ତ କମିଟି ନିରପେକ୍ଷ ବ୍ୟକ୍ତିମାନଙ୍କୁ ନେଇ ଗଠିତ ହୋଇଥିବା ଆବଶ୍ୟକ। ତାହାପରେ ଉକ୍ତ କମିଟି ତାହାକୁ ଅଦାଲତଙ୍କ ନିକଟରେ ଉପସ୍ଥାପନ କରିପାରିବେ। ଏହାପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମଣା ଭରସା ଦେଇ କହିଥିଲେ ଯେ ଜାତୀୟ ସୁରକ୍ଷା ସହିତ ସାଲିସ କାହାର ଉଦ୍ଦେଶ୍ୟ ନୁହେଁ। ରାଷ୍ଟ୍ରର ସୁରକ୍ଷା ପାଇଁ ଏହା ବାହାରେ ପ୍ରକାଶ କରାଯିବନାହିଁ। ତେବେ କିଛି ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ସେମାନଙ୍କର ଫୋନ ଟ୍ୟାପିଙ୍ଗ କରାଯାଉଥିବା ଅଭିଯୋଗ ଆଣିଛନ୍ତି। ସରକାର ଯଦି ଏହା ଉପରେ ସତ୍ୟପାଠ ଦାଖଲ କରନ୍ତି ତେବେ ସମସ୍ୟା କେଉଁଠି ରହିଲା ବୋଲି ମାନ୍ୟବର ଅଦାଲତ ପ୍ରଶ୍ନ କରିଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories