www.samajalive.in
Sunday, December 7, 2025
18.1 C
Bhubaneswar

ଆଫଗାନ ଆକାଶ ସୀମା ଏଡାଇଯିବାକୁ ସମସ୍ତ ବିମାନ ଚାଳକଙ୍କୁ ସତର୍କ ସୂଚନା ଜାରି

କାବୁଲ: ଆଫଗାନିସ୍ତାନ ପରିସ୍ଥିତି ଅଣାୟତ୍ତ ହୋଇପଡିଥିବାବେଳେ କୌଣସି ଯାତ୍ରୀବାହୀ ବିମାନ ଆଫଗାନ ଆକାଶ ସୀମା ମଧ୍ୟରେ ଉଡାଣ ନକରିବାକୁ ସତର୍କ ସୂଚନା ଜାରି କରାଯାଇଛି। ଇତିମଧ୍ୟରେ ଆଫଗାନିସ୍ତାନରୁ ନିଜ ନାଗରିକଙ୍କୁ ଫେରାଇ ନେବାକୁ ଆମେରିକା ଏବଂ ବ୍ରିଟେନର ସୈନ୍ୟମାନେ କାବୁଲ ବିମାନ ବନ୍ଦରରେ ସଜାଗ ରହିଛନ୍ତି। ତାଲିବାନ ଭୟରେ ଆଫଗାନିସ୍ତାନ ନାଗରିକ ଦେଶଛାଡି ଅନ୍ୟତ୍ର ପଳାଇଯିବାକୁ ଉଦ୍ୟମ ଜାରି ରଖିଛନ୍ତି। ସୋମବାର କାବୁଲ ବିମାନ ବନ୍ଦରରେ ହଜାର ହଜାର ସଂଖ୍ୟାର ଆଫଗାନ ନାଗରିକ ପହଞ୍ଚିବା ସହିତ ସେଠାରୁ ବିମାନଯୋଗେ ଅନ୍ୟ ଦେଶକୁ ପଳାଇଯିବାକୁ ଚେଷ୍ଟା କରିଥିଲେ। ବ୍ରିଟେନର ଏକ ସାମରିକ ବିମାନ ତାହାର ଦୂତାବାସ କର୍ମଚାରୀ ଓ ଅନ୍ୟମାନଙ୍କୁ ବ୍ରିଟେନ ଫେରାଇ ନେବାକୁ ବିମାନ ବନ୍ଦରରେ ପହଞ୍ଚିଥିବାବେଳେ ଆଫଗାନିସ୍ତାନର କିଛି ଠିକାବାର ସେଥିରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ସେମାନଙ୍କୁ ବାରଣ କରାଯିବା ସତ୍ତେ୍ୱ ସେମାନେ ଶୁଣିନଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ବ୍ରିଟିଶ ସୈନ୍ୟଙ୍କ ଗୁଳିଚାଳନାରେ ୮ ଜଣଙ୍କର ପ୍ରାଣହାନି ଘଟିଥିବା ଖବର ମିଳିଛି।

କାବୁଲ ଆନ୍ତର୍ଜାତିକ ବିମାନ ବନ୍ଦରରୁ ସମସ୍ତ ବ୍ୟବସାୟିକ ଉଡାଣକୁ ବନ୍ଦ କରିଦିଆଯାଇଛି। ଇତିମଧ୍ୟରେ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ କାବୁଲ ଆକାଶ ସୀମା ବନ୍ଦ ରହିଥିବାରୁ ଏହାର କୌଣସି ବିମାନ ସେଠାକୁ ଉଡାଣ କରିପାରିନାହିଁ। ଦିଲ୍ଲୀରୁ କାବୁଲକୁ ସୋମବାର ବିଳମ୍ବରେ ବିମାନ ଉଡାଣ କରିବ ବୋଲି ସୂଚନା ଦିଆଯାଇଛି। ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ କାବୁଲରୁ ଜରୁରୀକାଳୀନ ଭିତ୍ତିରେ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଦୁଇଟି ବିମାନକୁ ସଜାଗ ରଖାଯାଇଛି। ସେଥିପାଇଁ ଏୟାର ଇଣ୍ଡିଆନ ପକ୍ଷରୁ ସ୍ୱତନ୍ତ୍ର ଭାବରେ କର୍ମଚାରୀଙ୍କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଆଫଗାନିସ୍ତାନ ଆକାଶ ସୀମା ଏଡାଇଯିବାକୁ ସମସ୍ତ ବିମାନ ଚଳାଚଳ ସଂସ୍ଥାର ପାଇଲଟମାନଙ୍କ ପାଇଁ ସତର୍କସୂଚନା (ନୋଟିସ ଟୁ ଏୟାରମେନ) ଜାରି କରାଯାଇଛି। ଆଫଗାନ ଆକାଶ ସୀମାରେ ବିମାନ ଓ ଏଥିରେ ଥିବା କର୍ମଚାରୀ ତଥା ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ଏଭଳି ସତର୍କ ସୂଚନା ଦିଆଯାଇଛି।

- Advertisement -

ଏବେ ମଧ୍ୟ ଆଫଗାନିସ୍ତାନରେ ବାସ କରୁଥିବା ହଜାର ହଜାର ସଂଖ୍ୟାରେ ଆମେରିକୀୟ ରହିଯାଇଛନ୍ତି। ସେମାନଙ୍କୁ ମଙ୍ଗଳବାର ଏବଂ ତାହା ପରବର୍ତ୍ତୀ କିଛିଦିନ ମଧ୍ୟରେ ଆମେରିକା ନେବା ବ୍ୟବସ୍ଥା କରାଯାଉଛି ବୋଲି ଆମେରିକା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତାହାସହିତ କାବୁଲସ୍ଥିତ ଆମେରିକା ଦୂତାବାସରେ କାମ କରୁଥିବା ଆଫଗାନ ନାଗରିକ ଓ ସେମାନଙ୍କ ପରିବାରଙ୍କ ଜୀବନ ପ୍ରତି ଭୟ ଥିବାରୁ ସେମାନଙ୍କୁ ଏବଂ ଆଉ କିଛି ଆଫଗାନ ନାଗରିକଙ୍କୁ ମଧ୍ୟ ଆମେରିକା ସ୍ଥାନାନ୍ତର କରାଯିବ। ଆମେରିକା ବୈଦେଶିକ ବିଭାଗ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ଆମେରିକୀୟ ଏବଂ ଏହାର ମିତ୍ର ରାଷ୍ଟ୍ରର ସୈନ୍ୟମାନେ କାବୁଲ ଆନ୍ତର୍ଜାତିକ ବିମାନ ବନ୍ଦରକୁ ସୁରକ୍ଷିତ ରଖିବା ପାଇଁ ଏକାଧିକ ପଦକ୍ଷେପ ଗ୍ରହଣ କରୁଛନ୍ତି। ମଙ୍ଗଳବାର ସୁଦ୍ଧା ସେଠାରେ ମୋଟ ୬ହଜାର ସୈନ୍ୟ ପହଞ୍ଚିଯିବା ଆଶା କରାଯାଉଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories