www.samajalive.in
Sunday, December 7, 2025
26.1 C
Bhubaneswar

ଚାଷୀଙ୍କ ପାଇଁ ଆସିଲା ପରିବହନକ୍ଷମ ବୁନ୍ଦା ଜଳସେଚନ ଉପକରଣ

ଭୁବନେଶ୍ୱର: ଏକ ଅଗ୍ରଣୀ ସ୍ମାର୍ଟ ଜଳସେଚନ ସମାଧାନ ଯୋଗାଣକାରୀ ନେଟାଫିମ୍ ଇଣ୍ଡିଆ ବୈପ୍ଳବିକ (ପୋର୍ଟେବଲ) ଉଠା ବୁନ୍ଦା ଜଳସେଚନ ଉପକରଣର ଶୁଭାରମ୍ଭ କରିଛି, ଯାହା ଗୋଟିଏ ସ୍ଥାନରେ ଉପଲବ୍ଧ ହେଉଥିବା ସମସ୍ତ ଜଳସେଚନ ସମାଧାନକୁ ସୁଲଭ ମୂଲ୍ୟରେ ଉପଲବ୍ଧ କରାଉଛି। ଏହି ଉପକରଣକୁ ବିଶେଷଭାବରେ କ୍ଷୁଦ୍ରଚାଷୀଙ୍କ ପାଇଁ ତିଆରି କରାଯାଇଛି, ଏହା ଯେ କୌଣସି ପାଖାପାଖି ଧାଡ଼ିରେ ଲାଗୁଥିବା ଫସଲପାଇଁ ଉପଯୋଗୀ ଅଟେ। ସହଜରେ ପରିବହନକ୍ଷମ ବୁନ୍ଦା ଜଳସେଚନ ଉପକରଣ ପନିପରିବା, ଲଟାଜାତୀୟ ପନିପରିବ, ମକା, ଆଖୁ, କପା ଇତ୍ୟାଦି ଫସଲପାଇଁ ଉପଯୋଗୀ ହୋଇପାରିବ। କମ୍ପାନୀ ଏହି ସ୍ଥାନାନ୍ତରଯୋଗ୍ୟ ବୁନ୍ଦା ଜଳସେଚନ ଉପକରଣ ପ୍ରଚଳନ ଜରିଆରେ ୧୦୦୦୦ ହେକ୍ଟରରୁ ଅଧିକ ଜମିକୁ ବୁନ୍ଦା ଜଳସେଚନ ବ୍ୟବସ୍ଥାକୁ ଆଣିବା ଏବଂ ସମଗ୍ର ଦେଶରେ ଆସନ୍ତା ବର୍ଷରେ ୨୫୦୦୦ କୃଷକଙ୍କ ନିକଟରେ ପହଂଚିବା ଲକ୍ଷ୍ୟ ରଖିଛି। ଓଡ଼ିଶାରେ କମ୍ପାନୀ ଅତିରିକ୍ତ ୫% କୃଷକ ସମୁଦାୟଙ୍କ ନିକଟରେ ପହଂଚିବା ଏବଂ ୧୦୦୦ ହେକ୍ଟର ନାମମାତ୍ର ଚାଷଜମିକୁ ବୁନ୍ଦା ଜଳସେଚନ ବ୍ୟବସ୍ଥାର ପରିସରଭୁକ୍ତ କରିବାକୁ ଚାହୁଁଛି। ବର୍ତମାନ ସମୟରେ ଛୋଟ ଚାଷୀଙ୍କର ବିଭିନ୍ନ ସମସ୍ୟାକୁ ଆଖିରେ ରଖି ଏହି ଉପକରଣକୁ ପ୍ରସ୍ତୁତ କରାଯାଇଛି। ୧ଏକର ୧୨ଡିସିମିଲ ଜମିକୁ ଜଳସେଚନ କରିବାପାଇଁ ଏହାକୁ ପ୍ରସ୍ତୁତ କରାଯାଇଛ।ା ଏହାକୁ ଅତି ସହଜରେ ଲଗାଯାଇପାରିବ ଏବଂ ଖୋଲାଯାଇପାରିବ ଫଳରେ ଏହାକୁ ଏକ ସ୍ଥାନରୁ ଉଠେଇନେଇ ଅନ୍ୟ ସ୍ଥାନରେ ଲଗାଇହେବ। ଅତି ଉନ୍ନତମାନର ସିଞ୍ଚନକାରୀଗୁଡ଼ିକୁ ଏଥିରେ ବ୍ୟବହାର କରାଯାଇଛି ଯାହାଫଳରେ ଏହା ଦୀର୍ଘଦିନ ଧରି ଅତି ସୁନ୍ଦର ଭାବରେ କାର୍ଯ୍ୟ କରିପାରିବ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories