www.samajalive.in
Saturday, December 13, 2025
21.1 C
Bhubaneswar

ନୂଆ କାରରେ ପିପିଏଫ୍ କରାଇବା ଠିକ୍ ନା ଭୁଲ ? ଜାଣନ୍ତୁ..

ନୂଆଦିଲ୍ଲୀ : ଯଦି ଆପଣ ଏକ ନୂଆ କାର୍ କିଣୁଛନ୍ତି ତେବେ ଏହା ଏକ ବଡ ନିବେଶ ଏବଂ ଆପଣ ଏଥିପାଇଁ ଅନେକ ପଇସା ଖର୍ଚ୍ଚ କରିଥିବେ ନିଶ୍ଚୟ । ଏଭଳି କ୍ଷେତ୍ରରେ ଆପଣ କାରକୁ ନୂଆ ଭଳି ରଖିବା ପାଇଁ ଅନେକ ବ୍ୟବସ୍ଥା କରିବେ । ଆଜିକାଲି ମେଟ୍ରୋ ସହରରେ ଗାଡିରେ ସ୍କ୍ରାଚ୍ ଲାଗିବା ସାଧାରଣ କଥା । ଏଥିରୁ ରକ୍ଷା ପାଇବା ପାଇଁ କାର୍ ବ୍ୟବହାର କରୁଥିବା ଲୋକେମାନେ ପିପିଏଫ୍ ବ୍ୟବହାର କରନ୍ତି । ପିପିଏଫ୍(ପେଣ୍ଟ୍ ପ୍ରୋଟେକ୍ସନ ଫିଲ୍ମ) ଯାହା ଗାଡିର ରଙ୍ଗ ଏବଂ ବାହାର ଭାଗକୁ ସୁରକ୍ଷିତ ରଖିଥାଏ । ତେବେ ଏହି କୋଟିଂ ଦ୍ବାରା କେତେ ସୁବିଧା ହେବା ସହ କ’ଣ କ’ଣ ଅସୁବିଧା ହୋଇଥାଏ ଆସନ୍ତୁ ଜାଣିବା ।

ସ୍କ୍ରାଚ୍ ପ୍ରୋଟେକ୍ସନ- ପିପିଏଫ୍ ଏକ ପତଳା ଫିଲ୍ମ ହୋଇଥାଏ ଯାହା କାରର ରଙ୍ଗ ଉପରେ ଚଢାଯାଏ । ଏହି ପେଣ୍ଟ ଛୋଟ ଛୋଟ ସ୍କ୍ରାଚରୁ ରକ୍ଷା କରିଥାଏ । ଏହା ସହ ଏହି ପ୍ରୋଟେକ୍ସନ ୟୁଭି କିରଣରୁ ରକ୍ଷା କରିଥାଏ ଯାହା ଫଳରେ କାରର ରଙ୍ଗ ଫିକା ପଡିନଥାଏ । ଫଳରେ ଗାଡିକୁ ବିକିବା ସମୟରେ ସଠିକ୍ ଦାମ୍ ମିଳିଥାଏ ।

- Advertisement -

ପିପିଏଫ ଲଗାଇବା ଦ୍ବାରା କ୍ଷତି

ପିପିଏଫ୍ ଲଗାଇବା ବହୁତ ମହଙ୍ଗା ହୋଇଥାଏ । ଏହାର ଦାମ୍ କାରର ମଡେଲ ଓ ଆକାର ଉପରେ ନିର୍ଭର କରେ । ସମସ୍ତ ପିପିଏଫ୍ ଏକା ଭଳି ହୋଇନଥାଏ । ଖରାପ କ୍ବାଲିଟି ବିଶିଷ୍ଟ ପିପିଏଫ୍ ଧିରେ ଧିରେ ହଳଦିଆ ପଡିଯାଏ ଏବଂ ଗାଡିରୁ ଉଠିଯାଇପାରେ ।

ଯଦି ଆପଣ ନିଜ କାରରେ ପିପିଏଫ୍ କରାଇବାକୁ ଚାହୁଁଛନ୍ତି ତେବେ କରାଇପାରିବେ । ଏହା ଏକ ଭଲ ବିକଳ୍ପ । କିନ୍ତୁ ଉତ୍ତମ କ୍ବାଲିଟିର ପିପିଏଫ୍ କରାଇବା ଉଚିତ୍ କିମ୍ବା ଯଦି ଆପଣଙ୍କ ବଜେଟ୍ କମ୍ ତେବେ ଆପଣ ସେରାମିକ୍ କୋଟିଂକୁ ମଧ୍ୟ ବିକଳ୍ପ ରୂପେ ଚୟନ କରିପାରିବେ ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories