www.samajalive.in
Monday, December 15, 2025
15.1 C
Bhubaneswar

ପୁଷ୍ପା-୨ ଦଳାଚକଟା: ମୃତାଙ୍କ ପୁଅକୁ ୨ କୋଟି ଦେବେ ଅଲ୍ଲୁ

ସମାଜ ଡିଜିଟାଲ ଡେସ୍କ: ପୁଷ୍ପା-୨ ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ମହିଳାଙ୍କ ପୁଅକୁ ୨ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇଦେବେ ଅଭିନେତା ଅଲ୍ଲୁ ଅର୍ଜୁନ ଏବଂ ଚଳଚ୍ଚିତ୍ରର ପ୍ରଡକ୍ସନ ଟିମ। ଅଲ୍ଲୁଙ୍କୁ ବାପା ଅଲ୍ଲୁ ଅରବିନ୍ଦ ବୁଧବାର ଏ ସମ୍ପର୍କରେ ଘୋଷଣା କରିଛନ୍ତି।

ଗତ ଡିସେମ୍ବର ୪ ତାରିଖ ରାତିରେ ହାଇଦ୍ରାବାଦର ସନ୍ଧ୍ୟା ସିନେମା ହଲରେ ପୁଷ୍ପା-୨ ଚଳଚ୍ଚିତ୍ରର ପ୍ରିମିୟର ଶୋ’ ଚାଲିଥିଲା। ଅଲ୍ଲୁ ଅର୍ଜନୁ ଏବଂ ତାଙ୍କ ପରିବାର ଲୋକେ ଏହି ଚଳଚ୍ଚିତ୍ର ଦେଖିବାକୁ ଆସିଥିଲେ। ଅଲ୍ଲୁ ହଲ ଭିତରେ ଥିବାବେଳେ ବାହାରେ ପ୍ରବଳ ଭିଡ଼ ଯୋଗୁ ଦଳାଚକଟା ଘଟିଥିଲା, ଯେଉଁଥିରେ ରେବତୀ ନାମ୍ନୀ ମହିଳା ପ୍ରାଣ ହରାଇଥିଲେ। ତାଙ୍କର ଗୋଟିଏ ପୁଅ ଗୁରୁତର ଆହତ ହୋଇ ଏବେ ଚିକିତ୍ସାଧୀନ ରହିଛି। ଆଇସିୟୁରେ ପିଲାଟିର ଚିକିତ୍ସା ଚାଲିଛି। ପୂର୍ବରୁ ଅଲ୍ଲୁ ମୃତା ମହିଳାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରିଥିଲେ। ବୁଧବାର ତାଙ୍କ ବାପା ଅଲ୍ଲୁ ଅରବିନ୍ଦ ହସ୍ପିଟାଲ ଯାଇ ପିଲାଟିକୁ ଭେଟିବା ସହିତ ତା’ର ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ସେଠାରୁ ଆସିବା ପରେ ଅରବିନ୍ଦ କହିଥିଲେ ଯେ, ମୃତା ମହିଳାଙ୍କ ପୁଅର ସ୍ଵାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ପିଲାଟି ପାଇଁ ତାଙ୍କ ପୁଅ, ଚଳଚ୍ଚିତ୍ର ପ୍ରଯୋଜକ ଏବଂ ନିର୍ଦେଶକ ୨ କୋଟି ଟଙ୍କାର ସହାୟତା ପ୍ରଦାନ କରିବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories