www.samajalive.in
Sunday, December 14, 2025
26.1 C
Bhubaneswar

ବର୍ଷାରେ ଭିଜିଲା ଧାନ, ମଣ୍ଡିରେ ଧାନ କ୍ରୟ ନୋହିଲା

ଟିଟିଲାଗଡ଼: ରାଜ୍ୟ ସରକାରଙ୍କ ପକ୍ଷରୁ ଲଘୁଚାପ ବର୍ଷା ନେଇ ସତର୍କତା ଜାରି ହୋଇଥିଲା। ଏହା ସତ୍ୱେ ଟିଟିଲାଗଡ଼ ଉପଖଣ୍ଡ ପ୍ରଶାସନ ନିରବ ସାଜି ବସିଥିବା ଆଲୋଚନା ହୋଇଛି। ଗତକାଲି ଠାରୁ ଟିଟିଲାଗଡ଼ ଅଞ୍ଚଳରେ ଝିପିଝିପି ବର୍ଷା ଲାଗି ରହିଛି। ହେଲେ ଧାନ ମଣ୍ଡି ପରିଚାଳନା କରୁଥିବା ସମବାୟ ସମିତି ତଥା ଉପଖଣ୍ଡ ପ୍ରଶାସନ ପକ୍ଷରୁ ଧାନ କ୍ରୟ ନେଇ କୌଣସି ବ୍ୟବସ୍ଥା କରାଯାଇନଥିଲା।

ଏନେଇ ବର୍ଷାରେ ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ବଡ଼ତେନ୍ତୁଲିଖୁଣ୍ଟି, ଶଗଡ଼ଘାଟ, ଜଗୁଆ ଆଦି ଅନେକ ମଣ୍ଡିରେ ଖୋଲା ଆକାଶ ତଳେ ଧାନ ଭିଜୁଛି। ଏନେଇ ଚାଷୀ ମହଲରେ ଅସନ୍ତୋଷ। ବର୍ତ୍ତମାନ ଧାନ ଭିଜିଯାଇଥିବା ବେଳେ ମିଲର୍ସ ଧାନ ଓଦା ଥିବା କହି ଆହୁରି କଟନି କରିବ ବୋଲି ଚାଷୀ ଆତଙ୍କରେ ରହିଛନ୍ତି। ହେଲେ ପ୍ରଶାସନ ଏନେଇ ନିରବ ନେଇ ଚାଷୀ ମହଲରେ ନିରାଶା ଖେଳି ଯାଇଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories