www.samajalive.in
Sunday, December 14, 2025
26.1 C
Bhubaneswar

‘ସମାଜ’ ପ୍ରଭାବ: ସଫେଇ ହେଲା ବିଦ୍ୟୁତ ଟ୍ରାନ୍ସଫର୍ମର ଚତୁଃପାର୍ଶ୍ବ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ସଫେଇ ହୋଇଥିବା ଦେଖିବାକୁ ମିଳିଛି। ଟ୍ରାନ୍ସଫର୍ମରର ଚତୁଃପାର୍ଶ୍ବରେ ବାଡ଼ ଦିଆଯାଇଛି କିନ୍ତୁ ତାର ଚାରିଆଡ଼େ ଗଛଲତା ମାଡ଼ିଯାଇ ଟ୍ରାନ୍ସଫର୍ମରକୁ ଲାଗିଯାଇଛି ଏବଂ ତାହାକୁ ସଫାସୁତୁରା କରାଯାଉନାହିଁ। ଦୈନିକ ଖବରକାଗଜ ‘ସମାଜ’ରେ ଏହି ଖବର ପ୍ରକାଶ ପାଇବା ପରେ ବିଦ୍ୟୁତ ଟିପିଏସଓଡିଏଲର ସରୋଜ କୁମାର ନନ୍ଦ, ସନ୍ତୋଷ କୁମାର ଗନ୍ତାୟତ, ଅନୁରୋଧ କୌଶଲ୍ୟା ପ୍ରମୁଖ କର୍ମଚାରୀମାନେ ବିଦ୍ୟୁତ ଟ୍ରାନ୍ସଫର୍ମର ଚାରିଆଡ଼େ ସଫେଇ କରିବା ସହ ସାନ କୁମ୍ଭାରସାହି ପାଖରେ ଥିବା ଟ୍ରାନ୍ସଫର୍ମର ମଧ୍ୟ ସଫେଇ କରିଛନ୍ତି।

ଏହାର ନିକଟରେ ଅନ୍ୟ ଏକ ଟ୍ରାନ୍ସଫର୍ମର ରହିଛି, ତାହା ଢଳିବା ପରିସ୍ଥିତିରେ ରହିଛି। ତା’ର ଚତୁଃପାଶ୍ୱର୍ରେ ବାଡ଼ କରାଯାଇନାହିଁ। ଟ୍ରାନ୍ସଫର୍ମର ତଳକୁ ବିଦ୍ୟୁତ ତାର ସବୁ ଖୋଲାରେ ରହିଛି। ଯଦି ହଠାତ ଏହି ବିଦ୍ୟୁତ ଖୁଣ୍ଟ ଦେଇ କୌଣସି ପଶୁ ବା ଗାଈ ଗୋରୁ ଚାଲି ଯାଆନ୍ତି, ତାହେଲେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଲେ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠିଛି। ଏହାକୁ ନେଇ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଚନ୍ଦନ କୁମାର ବେହେରାଙ୍କ ସହ ଆଲୋଚନା କରି ଟିପିଏସଓଡିଏଲ କର୍ମଚାରୀମାନେ ତୁରନ୍ତ କାର୍ଯ୍ୟ କରାଯିବ ବୋଲି କହିଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories