www.samajalive.in
Sunday, December 14, 2025
19.1 C
Bhubaneswar

ୟୁଟ୍ୟୁବ୍ ଚଳାଇବା ହେବ ଅଧିକ ସହଜ ! ଆସିପାରେ ଏକ ନୂଆ ବଟନ

ନୂଆଦିଲ୍ଲୀ : ସାରା ବିଶ୍ବରେ ସବୁଠାରୁ ଅଧିକ ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ହେଉଛି ୟୁଟ୍ୟୁବ୍ । ଏହାକୁ ପ୍ରାୟ ୨.୫ ବିଲିୟନ୍ ଲୋକେ ବ୍ୟବହାର କରନ୍ତି । ଭିଡିଓ ଷ୍ଟ୍ରିମିଂର ଅନୁଭୂତିକୁ ଉତ୍ତମ କରିବା ପାଇଁ ୟୁଟ୍ୟୁବ୍ ଏକ ନୂଆ ରୋମାଞ୍ଚକ ଫିଚର ଆଣିବାକୁ ଯାଉଛି । ଏହି ଫିଚର ସାହାଯ୍ୟରେ ୟୁଜର୍ସ ସହଜରେ ଭିଡିଓ ଖୋଜିପାରିବେ ଏବଂ ବାରମ୍ବାର ସ୍କ୍ରଲ୍ କରିବାକୁ ପଡିବନି । ୟୁଟ୍ୟୁବ୍ ‘ପ୍ଲେ ସମଥିଙ୍ଗ୍’ ନାମକ ଏକ ଫ୍ଲୋଟିଂ ଆକ୍ସନ ବଟନ୍ ଟେଷ୍ଟ କରୁଛି ।

ୟୁଟ୍ୟୁବର ନୂଆ ‘ପ୍ଲେ ସମଥିଙ୍ଗ୍’ ବଟନ କଳା ରଙ୍ଗର ବ୍ୟାକଗ୍ରାଉଣ୍ଡରେ ଧଳା ରଙ୍ଗରେ ନଜର ଆସିବ । ଏହି ବଟନକୁ ଟ୍ୟାପ୍ କରି ସର୍ଟ୍ସ ପ୍ଲେୟରେ ଏକ ଭିଡିଓ ଚାଲିବାକୁ ଲାଗିବ । ଖାସ୍ କଥା ହେଉଛି ଏହା ପୋଟ୍ରେଟ୍ ମୋଡରେ ସାଧାରଣ ଭିଡିଓ ଭଳି ଚାଲିପାରିବ ଯେଉଁଥିରେ ଲାଇକ, ଡିସଲାଇକ୍, କମେଣ୍ଟ ଓ ଶେୟାର ବଟନ ଡାହାଣ ପଟେ ନଜର ଆସିବ । ତେବେ ମିନିପ୍ଲେୟର ଚାଲୁ ହେବା ପରେ ପ୍ଲେ ସମଥିଙ୍ଗ୍ ବଟନ ଗାଏବ ହୋଇଯାଏ । ପୂର୍ବରୁ ମଧ୍ୟ ଥରେ ଏଭଳି ଫିଚରକୁ ୟୁଟ୍ୟୁବ୍ ପରୀକ୍ଷା କରିଥିଲା । ତେବେ ଏହି ବଟନ ସମ୍ପୂର୍ଣ୍ଣ ରୂପେ କେବେଠୁ ଉପଲବ୍ଧ ହେବ ସେନେଇ ୟୁଟ୍ୟୁବ୍ କିଛି ସୂଚନା ଦେଇନି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories