www.samajalive.in
Sunday, December 14, 2025
14.1 C
Bhubaneswar

ବଢେଇଶୁଣି କ୍ରିକେଟ ପ୍ରତିଯୋଗିତା, ଡୁମୁରିଆ ଚମ୍ପିୟାନ

ପାଟଣା : ପାଟଣା ବ୍ଲକ୍ ଅନ୍ତର୍ଗତ ଡୁମୁରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତଣ୍ଡୋ ଗ୍ରାମରେ ମା’ ବଢେଇଶୁଣି କ୍ରିକେଟ କ୍ଲବର ବାର୍ଷିକ କ୍ରିକେଟ ପ୍ରତିଯୋଗିତାର ଉଦଯାପନୀ ଦିବସରେ ନୁସୁରିପଶି ଓ ଡୁମୁରିଆ ମଧ୍ୟରେ ଫାଇନାଲ ଅନୁଷ୍ଠିତ ହୋଇଥିଲା। ଉକ୍ତ ମ୍ୟାଚରେ ଡୁମୁରିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୬ ଗୋଟି ୱିକେଟ୍ ହରାଇ ୮୦ ରନ କରିଥିଲା। ଜବାବରେ ନୁଶୁରିପଶି ଦଳ ୯ ଗୋଟି ୱିକେଟ୍ ହରାଇ ୭୯ ରନ କରିବାକୁ ସକ୍ଷମ ହୋଇଥିଲା। ଡୁମୁରିଆ ଦଳ ଫାଇନାଲ ମ୍ୟାଚକୁ ୧ ରନରେ ବାଜି ମାରି ନେଇଥିଲା। ଚାମ୍ପିଅନ ଦଳକୁ ନଗଦ ୧୨ ହଜାର ଓ ଉପ ବିଜେତା ଦଳକୁ ୮ହଜାର ଟଙ୍କା ପ୍ରଦାନ ସହିତ ମ୍ୟାନ ଅଫ ଦ ସିରିଜ୍ ଭାବେ ନୀତେଶ କୁମାର ମହାନ୍ତ ବିବେଚିତ ହୋଇଥିଲେ। ମୁଖ୍ୟ ଅତିଥି ଭାବେ ସମାଜ ସେବୀ ନୀଳାମ୍ବର ନାଏକ ଓ ସମ୍ମାନିତ ଅତିଥି ଭାବେ କେଦାର ପଳେଇ, ହରିହର ନାଏକ,କଂସରାଜ ନାଏକ, ସୁଦର୍ଶନ ନାଏକ ଉପସ୍ଥିତ ଥିଲେ। ଅମ୍ପାୟାର ଭାବେ ଦୀପକ କୁମାର ନାଏକ ଓ ମଣ୍ଟୁ ନାୟକ , ସ୍କୋରର୍ବୋର୍ଡରେ ସୁବଳ ସେଠୀ ଓ ପ୍ରହ୍ଲାଦ ନାଏକ ଓ ଧାରା ବିବରଣୀରେ ସୁଶିଲ କୁମାର ନାଏକ ଓ ବିଜୟ କୁମାର ନାଏକ କାର୍ଯ୍ୟ ତୁଲାଇ ଥିଲେ। କ୍ଲବ ସଭାପତି ପ୍ରମୋଦ କୁମାର ଦେହୁରୀ ଓ ଗଙ୍ଗାଧର ନାଏକ, ଖଗେଶ୍ବର ନାଏକ, ସୁଶାନ୍ତ ନାଏକ, ମୁନା ନାଏକ, ମନୋଜ ନାଏକ, ଅଜୟ କୁମାର ନାଏକ, କ୍ଷିରୋଦ ନାଏକ,ସୁରେଶ ନାଏକ, ମକରଧ୍ବଜ ନାଏକ, ପ୍ରଦ୍ୟୁମ୍ନ ନାଏକ ଖେଳକୁ ପରିଚାଳନା କରିଥଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories