www.samajalive.in
Sunday, December 14, 2025
23.1 C
Bhubaneswar

ପାଚିକା, ସହାୟିକାଙ୍କ କର୍ମଶାଳା ଓ ରନ୍ଧନ ପ୍ରତିଯୋଗିତା

ପାଟଣା : ସାହାରପଡା ବ୍ଲକର ସାହାରପଡା ବିଲ୍ଳାରାମଚନ୍ଦ୍ରପୁର ଓ ମାଛଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୬ ଓ ୨୭ ତାରିଖ ଦୁଇଦିନ ଧରି ପିଏମ ପୋଷଣ ଯୋଜନାରେ ପାଚିକା ଓ ସହାୟିକା କର୍ମଶାଳା ସହ ରନ୍ଧନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ୩୦୯ ଜଣ ପାଚିକା ସହାୟିକା ଏଥିରେ ଅଂଶ ଗ୍ରହଣ କରିଥିଲେ। ବିଇଓ ପୂର୍ଣ୍ଣ ଚନ୍ଦ୍ର ଅମାନ୍ତ, ବିଆରସିସି ଦୟାନିଧି ପାତ୍ର , ଏମଡିଏମ ନୋଡାଲ ଅଫିସର ଭାରତୀରାମ , ମାଛଗଡ଼ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଫଳ କୁମାର ଦେହୁରୀ ଅତିଥି ଭାବେ ଯୋଗଦେଇ କର୍ମଶାଳାକୁ ଉଦଘାଟନ କରିଥିଲେ। ପ୍ରଶିକ୍ଷକ ଭାବେ ସିଆରସିସି ସୁରେଶ ଚନ୍ଦ୍ର ନାଏକ ,ବଳଭଦ୍ର ମହାନ୍ତ, ବିରେନ୍ଦ୍ର କୁମାର ସାହୁ ,ଅଚୁତ୍ୟା ନନ୍ଦ ସାହୁ, ରାଜ୍ୟ ତାଲିମ ପ୍ରାପ୍ତ ପାଚିକା ହେମଳତା ମହାନ୍ତ ଓ ଉର୍ମିଳା ନାଏକ ପ୍ରଶିକ୍ଷଣ ଦେଇଥିଲେ। ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ଖାଦ୍ୟର ଗୁଣବତ୍ତା ପରିଷ୍କାର ପରିଚ୍ଛନ୍ନତାକୁ ନିରୀକ୍ଷଣ କରି ପ୍ରଥମ ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପାଚିକା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଗଲା । ବିଆରସିସି ଦୟାନିଧି ପାତ୍ର ଓ ଏବି ଇଓ ଭାରତୀ ରାମଙ୍କ ତତ୍ତ୍ବାବଧାନରେ କର୍ମଶାଳା ପରିଚାଳିତ ହୋଇଥିଲା।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories