ଗୋଟିଏ ବଟନରେ ଶୀତ ଗାଏବ, ଆସିଲା ହିଟର ଥିବା ଜ୍ୟାକେଟ୍
ନୂଆଦିଲ୍ଲୀ : ଥଣ୍ଡାରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଲୋକେ ହିଟର ବ୍ୟବହାର କରନ୍ତି । କିନ୍ତୁ ରିମ୍ ହିଟର ଘରେ କିମ୍ବା ଅଫିସରେ ହିଁ ବ୍ୟବହାର କରିହେବ । ଆପଣ ଏହାକୁ ନିଜ ସହିତ ନେଇ ଯାଇପାରିବେ ନାହିଁ । କିନ୍ତୁ ଏମିତି ଏକ ଜ୍ୟାକେଟ୍ ଅଛି ଯାହାକୁ ଆପଣ ପିନ୍ଧିଲେ ଏହା ଶୀତରୁ ରକ୍ଷା କରିବ । ଏହା କୌଣସି ସାଧାରଣ ଜ୍ୟାକେଟ୍ ନୁହେଁ, ଏଥିରେ ଇନ-ବିଲ୍ଟ ହିଟର ଲାଗିଛି । ଆପଣ ଇ-କମର୍ସ ପ୍ଲାଟଫର୍ମରୁ ଏହାକୁ କ୍ରୟ କରିପାରିବେ ।
ଏହା ଶୀତରୁ ଆପଣଙ୍କୁ ରକ୍ଷା କରିବ । ଏହାକୁ ସେହିଭଳି ଭାବେ ପ୍ରସ୍ତୁତ କରାଯାଇଛି । ଏଥିରେ କିଛି ଉତ୍ତପ୍ତ କରିବା ଭଳି ଛୋଟ ଛୋଟ ସାମଗ୍ରୀ ରହିଛି ଯାହା ବ୍ୟାଟେରୀରେ ଚାଲିବ । ବାହାର ପଟୁ ଦେଖିଲେ କିଛି ଜଣାପଡିବନି କିନ୍ତୁ ଭିତର ପଟୁ ଏହା ଶୀତରୁ ରକ୍ଷା କରିବ । ଏହାର ହିଟିଂ ସ୍ତରକୁ କମ୍ ବା ବେଶି କରିହେବ । ଏହାର ଚାର୍ଜ ସରିଗଲେ ଏହା ସାଧାରଣ ଜ୍ୟାକେଟ୍ ଭଳି କାମ ଦିଏ । ଏହାକୁ ପୁଣି ଚାର୍ଜ କରିବା ଦ୍ବାରା ଏହା ଶୀତ ଦାଉରୁ ରକ୍ଷା କରିଥାଏ । ଥରେ ଚାର୍ଜ କଲେ ଏହା ୬ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ । ଏହାର ଦାମ୍ ୪ ହଜାର ଟଙ୍କାରୁ ଆରମ୍ଭ ହୋଇ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଯାଇଥାଏ ।
Comments are closed.