www.samajalive.in
Saturday, December 6, 2025
16.1 C
Bhubaneswar

ହ୍ବାଟ୍ସଆପ୍‌ର ନୂଆ ଫିଚର: ଏଣିକି ସିଧାସଳଖ ଆପ୍‌ରୁ ସ୍କାନ୍ କରି ପଠାଇହେବ ଡକ୍ୟୁମେଣ୍ଟ

ସମାଜ ଡିଜିଟାଲ ଡେସ୍କ: ହ୍ବାଟ୍ସଆପ୍ ବର୍ତ୍ତମାନ ସମୟରେ ସବୁଠୁ ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ପାଲଟିଛି। ତେବେ ବ୍ୟବହାରକାରୀଙ୍କୁ ଅଧିକରୁ ଅଧିକ ସୁବିଧା ଯୋଗାଇ ଦେବାକୁ ହ୍ବାଟ୍ସଆପ ନିୟମିତ ବ୍ୟବଧାନରେ ନୂଆ ନୂଆ ଫିଚର ଆଣିଥାଏ। ଇତି ମଧ୍ୟରେ ଆଉ ଏକ ନୂଆ ଫିଚର ଆଣିବାକୁ ଯାଉଛି ହ୍ବାଟ୍ସଆପ୍। ଏହି ଫିଚର ଦ୍ବାରା ୟୁଜର ଆପ୍‌ରୁ ସିଧାସଳଖ ଯେକୌଣସି ଡକ୍ୟୁମେଣ୍ଟକୁ ସ୍କାନ୍ କରି ଅନ୍ୟ କାହା ସହ ଶେୟାର କରିପାରିବେ। ତେବେ ଏହି ଫିଚର ଏବେ ପରୀକ୍ଷଣ ଏବଂ ବିକାଶ ପର୍ଯ୍ୟାୟରେ ଅଛି। ତେଣୁ ଏବେ ଏହା ସବୁ ୟୁଜରଙ୍କ ପାଇଁ ଉପଲବ୍ଧ ହେବନାହିଁ।

ହ୍ବାଟ୍ସଆପର ନୂଆ ଫିଚର ବିଶେଷ କରି ଆଇଫୋନ୍‌ ୟୁଜରଙ୍କ ପାଇଁ ଉପଲବ୍ଧ ହେବ। ଏହି ଫିଚର ଆସିବା ପରେ କୌଣସି ଡକ୍ୟୁମେଣ୍ଟ ସ୍କାନ୍ କରିବାକୁ ଆପଣଙ୍କୁ ଅନ୍ୟ କୌଣସି ଆପ୍‌କୁ ଯିବାକୁ ପଡ଼ିବ ନାହିଁ। ମୋବାଇଲ ବ୍ୟବହାରକାରୀ ହ୍ବାଟ୍ସଆପ୍‌ରେ ହିଁ ଡକ୍ୟୁମେଣ୍ଟ ସ୍କାନ କରିପାରି‌ବେ। ଏଥିସହ ଆପ୍‌ରୁ ସିଧା ଶେୟାର କରିପାରିବେ। ଏହି ଫିଚର ଆଇଓଏସ ୟୁଜରଙ୍କ ପାଇଁ ଲାଟେଷ୍ଟ ଭର୍ସନ ଅପଡେଟ୍‌ରେ ଉପଲବ୍ଧ ହେବ। ଏହି ଫିଚର ବ୍ୟବହାର ପାଇଁ ଆଇଓଏସ ୟୁଜରଙ୍କୁ ଆପଲ୍‌ ଷ୍ଟୋର କିମ୍ବା ଗୁଗଲ ପ୍ଲେ ଷ୍ଟୋରରୁ ହ୍ବାଟ୍ସଆପ୍‌କୁ ଅପ୍‌ଡେଟ୍‌ କରିବାକୁ ପଡ଼ିବ।

- Advertisement -

କେମିତି କାମ କରିବ ଫିଚର ?

ଏହି ଫିଚରକୁ ଆକ୍ସେସ୍‌ କରିବା ପାଇଁ ହ୍ବାଟ୍ସଆପ୍‌ ୟୁଜରଙ୍କୁ ପ୍ରଥମେ ନିଜ ଚାଟ୍‌ ଓପନ୍‌ କରିବାକୁ ପଡ଼ିବ। ଏହାପରେ ଶେୟାରିଂ ମେନ୍ୟୁକୁ ଯିବାକୁ ପଡ଼ିବ। ଏହାପରେ ଡକ୍ୟୁମେଣ୍ଟ ଅପ୍ସନ ସିଲେକ୍ଟ କରି କ୍ୟାମେରା ଅପ୍ସନ ସିଲେକ୍ଟ କରିବାକୁ ପଡ଼ିବ। ପୁଣି କ୍ୟାମେରା ଅପ୍ସନ ଉପରେ ଟ୍ୟାପ୍‌ କରିବେ। ପରେ ତାହାକୁ ସ୍କାନ ପାଇଁ ଅନୁମତି ଦେବାକୁ ପଡ଼ିବ। ୟୁଜର ଡକ୍ୟୁମେଣ୍ଟ ସ୍କାନ କରିପାରିବେ। ଡକ୍ୟୁମେଣ୍ଟ ସ୍କାନ ହେବାପରେ କ୍ରପ୍‌, ଆଡଜଷ୍ଟ, ବ୍ରାଇଟନେସ୍ ସେଟିଙ୍ଗର ଅପ୍ସନ ମଧ୍ୟ ମିଳିବ। ଏହି ଫିଚର ଏବେ ଆଇଓଏସ ୟୁଜରଙ୍କ ଉପଲବ୍ଧ, ଯାହା ପରବର୍ତ୍ତୀ ସମୟରେ ଆଣ୍ଡ୍ରଏଡ୍ ୟୁଜରଙ୍କୁ ପାଇଁ ଉପଲବ୍ଧ ହେବ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories