ସ୍କୁଟି ରଖି ବୈତରଣୀ ନଦୀକୁ ଡେଇଁଲେ ଦୋକାନୀ !

କେନ୍ଦୁଝର : ବୈତରଣୀ ନଦୀକୁ ଡେଇଁ ଦୋକାନୀଙ୍କ ଆତ୍ମହତ୍ୟା।  ପୋଲ ଉପରେ ସ୍କୁଟି ରଖି ଡେଇଁ ପଡିଲେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବଡବିଲ ଚମ୍ପୁଆ ଅଞ୍ଚଳରେ। ଆଜି ସକାଳୁ ଜଣେ ଦୋକାନୀ ବୈତରଣୀ ନଦୀ ପୋଲ ଉପରେ ନିଜ ସ୍କୁଟି ରଖି ଡେଇଁପଡିଛନ୍ତି। ମୃତକ ଜଣକ ବିସ୍କୁଟ ହୋଲସେଲିଂ ଦୋକାନୀ ବସନ୍ତ ପାତ୍ର ବୋଲି ଜଣାପଡିଛି। କିଛି ସ୍ଥାନୀୟ ଲୋକ ମୃତଦେହ ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍କୁଟି ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଜଣାପଡିନାହିଁ।

Comments are closed.