ନୂଆବର୍ଷ ପୂର୍ବରୁ ଜନସମୁଦ୍ର ଶ୍ରୀକ୍ଷେତ୍ର
ପୁରୀ : ବିଦାୟ ନେବ ୨୦୨୪ । ୨୦୨୫ ନୂଆବର୍ଷକୁ ସ୍ଵାଗତ କରିବା ଲାଗି ସବୁଠି ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଶିଷ ନେବାକୁ ପ୍ରବଳ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି। ଡିସେମ୍ବର ୩୧ , ବର୍ଷର ଶେଷ ଦିନରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଲମ୍ବା ଧାଡ଼ିରେ ଛିଡା ହୋଇ ଭକ୍ତମାନେ ଅପେକ୍ଷା କରି ରହିଛନ୍ତି। ଡିସେମ୍ବର ୩୧ ଓ ଜାନୁଆରୀ ୧ ରେ କେବଳ ସିଂହଦ୍ଵାର ପଟେ ଭକ୍ତମାନେ ପ୍ରବେଶ କରିବା ସହ ଅନ୍ୟ ତିନି ଦ୍ବାରରେ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଛି। ୩୧ ତାରିଖ ରାତିଠାରୁ ୧ ତାରିଖ ରାତି ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଶୃଙ୍ଖଳିତ ଦର୍ଶନ ସହିତ ସହରରେ ଟ୍ରାଫିକ ସୁପରିଚାଳନା, ଆଇନଶୃଙ୍ଖଳା ରକ୍ଷା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ ରହିଛନ୍ତି।
Comments are closed.