www.samajalive.in
Friday, December 5, 2025
26.1 C
Bhubaneswar

ନୂଆବର୍ଷ ପୂର୍ବରୁ ବର୍ଷ ୨୦୨୪ର ଶେଷ ସୂର୍ଯ୍ୟୋଦୟ, ଚନ୍ଦ୍ରଭାଗାରେ ପ୍ରବଳ ଭିଡ

ଭୁବନେଶ୍ଵର: ଆଉ କିଛି ସମୟର ଅପେକ୍ଷା। ବିଦାୟ ନେବ ୨୦୨୪ ଏବଂ ଆସିବ ୨୦୨୫। ନୂଆବର୍ଷକୁ ସ୍ଵାଗତ କରିବାକୁ ଉତ୍ସାହିତ ସାରା ବିଶ୍ଵ। ନୂଆବର୍ଷ ପୂର୍ବରୁ ବର୍ଷ ୨୦୨୪ର ଶେଷ ସୂର୍ଯ୍ୟୋଦୟ। ଦେଶର ବିଭିନ୍ନ ସ୍ଥାନରୁ ବର୍ଷ ର ଶେଷ ସୂର୍ଯ୍ୟୋଦୟ ର ଚିତ୍ର ସାମ୍ନାକୁ ଆସିଛି। କୋଚି, ଚେନ୍ନାଇ , କୋଲକାତା , ମଦୁରାଇ, ଅଯୋଧ୍ୟା, ବାରଣାସୀ , ଗୋଆରେ ବର୍ଷର ଶେଷ ସୂର୍ଯ୍ୟୋଦୟର ସୁନ୍ଦର ଚିତ୍ରକୁ ତୋଳି ଧରିଛି କ୍ୟାମେରା ଲେନ୍ସ। ବର୍ଷର ଶେଷ ଦିନକୁ ସ୍ମୃତି କରି ରଖିବାକୁ ଆଜି ସମସ୍ତ ପର୍ଯ୍ୟଟନସ୍ଥଳୀ ଏବଂ ଧାର୍ମିକସ୍ଥଳୀ ଗୁଡିକରେ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଛି।

ସେପଟେ ଆଜି ସକାଳୁ ଅର୍କକ୍ଷେତ୍ର କୋଣାର୍କରେ ବର୍ଷର ଶେଷ ସୂର୍ଯ୍ୟୋଦୟ ଦେଖିବା ପାଇଁ ଚନ୍ଦ୍ରଭାଗାରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା।  ଦୂରଦୂରନ୍ତରୁ ପର୍ଯ୍ୟଟକ ମାନେ ଆସି ଭୋର ୫ଟାରୁ ଆସି ଚନ୍ଦ୍ରଭାଗା ମହୋଦଧି କୂଳରେ ପହଞ୍ଚିଥିଲେ । ବର୍ଷର ଶେଷ ସୂର୍ଯ୍ୟୋଦୟକୁ ଦେଖିବା ପାଇଁ ସମସ୍ତେ ଅପେକ୍ଷା କରିଥିଲେ । କେହି କେହି ଶ୍ରଦ୍ଧାଳୁ ଦୀପ ଜାଳି ମହାପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ବନ୍ଦନା କରୁଥିବା ଦେଖିବାକୁ ମିଳିଥିଲା।

- Advertisement -

 

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories