www.samajalive.in
Friday, December 5, 2025
16.1 C
Bhubaneswar

ନୂଆବର୍ଷ ପୂର୍ବରୁ ବର୍ଷ ୨୦୨୪ର ଶେଷ ସୂର୍ଯ୍ୟୋଦୟ, ଚନ୍ଦ୍ରଭାଗାରେ ପ୍ରବଳ ଭିଡ

ଭୁବନେଶ୍ଵର: ଆଉ କିଛି ସମୟର ଅପେକ୍ଷା। ବିଦାୟ ନେବ ୨୦୨୪ ଏବଂ ଆସିବ ୨୦୨୫। ନୂଆବର୍ଷକୁ ସ୍ଵାଗତ କରିବାକୁ ଉତ୍ସାହିତ ସାରା ବିଶ୍ଵ। ନୂଆବର୍ଷ ପୂର୍ବରୁ ବର୍ଷ ୨୦୨୪ର ଶେଷ ସୂର୍ଯ୍ୟୋଦୟ। ଦେଶର ବିଭିନ୍ନ ସ୍ଥାନରୁ ବର୍ଷ ର ଶେଷ ସୂର୍ଯ୍ୟୋଦୟ ର ଚିତ୍ର ସାମ୍ନାକୁ ଆସିଛି। କୋଚି, ଚେନ୍ନାଇ , କୋଲକାତା , ମଦୁରାଇ, ଅଯୋଧ୍ୟା, ବାରଣାସୀ , ଗୋଆରେ ବର୍ଷର ଶେଷ ସୂର୍ଯ୍ୟୋଦୟର ସୁନ୍ଦର ଚିତ୍ରକୁ ତୋଳି ଧରିଛି କ୍ୟାମେରା ଲେନ୍ସ। ବର୍ଷର ଶେଷ ଦିନକୁ ସ୍ମୃତି କରି ରଖିବାକୁ ଆଜି ସମସ୍ତ ପର୍ଯ୍ୟଟନସ୍ଥଳୀ ଏବଂ ଧାର୍ମିକସ୍ଥଳୀ ଗୁଡିକରେ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଛି।

ସେପଟେ ଆଜି ସକାଳୁ ଅର୍କକ୍ଷେତ୍ର କୋଣାର୍କରେ ବର୍ଷର ଶେଷ ସୂର୍ଯ୍ୟୋଦୟ ଦେଖିବା ପାଇଁ ଚନ୍ଦ୍ରଭାଗାରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା।  ଦୂରଦୂରନ୍ତରୁ ପର୍ଯ୍ୟଟକ ମାନେ ଆସି ଭୋର ୫ଟାରୁ ଆସି ଚନ୍ଦ୍ରଭାଗା ମହୋଦଧି କୂଳରେ ପହଞ୍ଚିଥିଲେ । ବର୍ଷର ଶେଷ ସୂର୍ଯ୍ୟୋଦୟକୁ ଦେଖିବା ପାଇଁ ସମସ୍ତେ ଅପେକ୍ଷା କରିଥିଲେ । କେହି କେହି ଶ୍ରଦ୍ଧାଳୁ ଦୀପ ଜାଳି ମହାପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ବନ୍ଦନା କରୁଥିବା ଦେଖିବାକୁ ମିଳିଥିଲା।

- Advertisement -

 

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories