www.samajalive.in
Sunday, December 7, 2025
26.1 C
Bhubaneswar

ମହିଳାଙ୍କ ସମେତ ସମସ୍ତ କର୍ମଚାରୀ କାର୍ଯ୍ୟକ୍ଷେତ୍ରକୁ ଫେରିବାକୁ ତାଲିବାନର ଆହ୍ୱାନ

କାବୁଲ: ସମୁଦାୟ ଆଫଗାନିସ୍ତାନ ଦଖଲ କରିବା ପରେ ଦେଶର ସରକାରୀ କର୍ମଚାରୀମାନେ ନିଜ ନିଜ କାର୍ଯ୍ୟକ୍ଷେତ୍ରକୁ ଫେରିଆସିବାକୁ ତାଲିବାନ ଆତଙ୍କି ଗୋଷ୍ଠୀ ଆହ୍ୱାନ ଦେଇଛି। ଏପରିକି ସରକାରୀ ଚାକିରି କରିଥିବା ମହିଳାମାନେ ମଧ୍ୟ ସେମାନଙ୍କ କାର୍ଯ୍ୟସ୍ଥଳକୁ ଆସିବାକୁ ତାଲିବାନ ପକ୍ଷରୁ କୁହାଯାଇଛି। ଆଫଗାନିସ୍ତାନରେ ତାଲିବାନର ଗୋଟିଏ ଗୋଟିଏ ଅଞ୍ଚଳ ଦଖଲ ପରେ ଅନେକ ସରକାରୀ କର୍ମଚାରୀ ଜୀବନ ଭୟରେ କାର୍ଯ୍ୟକ୍ଷେତ୍ରକୁ ଯିବା ବନ୍ଦ କରିଦେଇଛନ୍ତି। ଏଥିସହିତ ମହିଳାମାନେ ଆଉ ଘରୁ ଗୋଡ କାଢିବାକୁ ସାହସ କରୁନାହାନ୍ତି। ପ୍ରତିଟି ସମୟରେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଥିବା ସେମାନେ ମନେ କରୁଛନ୍ତି। ତାଲିବାନ ଆତଙ୍କିମାନେ ଘରକୁ ଘର ଯାଇ କମ୍‍ ବୟସର ବାଳିକା, ଯୁବତୀ, ବିଧବାମାନଙ୍କୁ ବଳପୂର୍ବକ ଉଠାଇ ନେଇ ସେମାନଙ୍କୁ ବିବାହ କରୁଛନ୍ତି ଅଥବା ଯୋ÷ନଦାସୀ କରି ରଖୁଛନ୍ତି। ଆଫଗାନିସ୍ତାନ ଛାଡି ଅନ୍ୟ ରାଷ୍ଟ୍ରକୁ ଚାଲିଯାଇଥିବା ଆଫଗାନ ମହିଳାଙ୍କ କହିବା ଅନୁଯାୟୀ ସେମାନଙ୍କ ପାଇଁ ଆଫଗାନିସ୍ତାନ ସଂପ୍ରତି ନର୍କଠାରୁ ହୀନ ପାଲଟିଯାଇଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories