www.samajalive.in
Tuesday, December 9, 2025
17.1 C
Bhubaneswar

ଅଗଷ୍ଟ ୩୧ ସୁଦ୍ଧା ଆମେରିକୀୟ ସୈନ୍ୟ ଆଫଗାନିସ୍ତାନରୁ ଫେରିବା ନେଇ ବାଇଡେନ ଆଶାବାଦୀ

ୱାଶିଂଟନ: ଏବେ ବି ଆଫଗାନିସ୍ତାନରେ ପ୍ରାୟ ୧୫ ହଜାର ଆମେରିକୀୟ ନାଗରିକ ଏବଂ ସେମାନଙ୍କୁ ସହଯୋଗ କରୁଥିବା ୫୦ ହଜାର ଆଫଗାନ ନାଗରିକ ରହିଛନ୍ତି। ସେମାନଙ୍କୁ କାବୁଲ ବିମାନ ବନ୍ଦର ଦେଇ ସ୍ଥାନାନ୍ତର କରିବାକୁ ହେବ। ଏମାନଙ୍କ ବ୍ୟତୀତ ଅନ୍ୟାନ୍ୟ ରାଷ୍ଟ୍ରର ନାଗରିକ ମଧ୍ୟ ରହିଯାଇଛନ୍ତି। ସେମାନଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଚାଲିଛି। ଏହା ସଂପୂର୍ଣ୍ଣ ହେବାପରେ ଆମେରିକୀୟ ସୈନ୍ୟ ଆଫଗାନିସ୍ତାନ ଛାଡିବେ ବୋଲି ସ୍ପଷ୍ଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ହ୍ୱାଇଟ ହାଉସରେ ସାମ୍ବାଦିକଙ୍କ ନିକଟରେ ପ୍ରକାଶକରି ବାଇଡେନ କହିଛନ୍ତି, ନିର୍ଦ୍ଧାରିତ ସମୟ ଅଗଷ୍ଟ ୩୧ ସୁଦ୍ଧା ଆମେରିକୀୟ ସୈନ୍ୟ ଆଫଗାନିସ୍ତାନ ଛାଡିବା ନେଇ ସେ ଆଶାବାଦୀ ଅଛନ୍ତି। ଏହି ସମୟ ବୃଦ୍ଧି କରିବା ଆବଶ୍ୟକ ପଡିନପାରେ। ଯଦି ସେଭଳି ପରିସ୍ଥିତି ସୃଷ୍ଟିହୁଏ ତେବେ ସମୟ ସୀମା ବଢାଇବା ନେଇ ଆଲୋଚନା ଚାଲିଛି। ଏହି ଅବସରରେ ସେ ଇସଲାମିକ ଷ୍ଟେଟ (ଆଇଏସ) ପକ୍ଷରୁ ଆକ୍ରମଣ ଧମକ ସମ୍ପର୍କରେ ସୂଚନା ଦେବା ସହିତ କହିଥିଲେ, ଯୁଦ୍ଧ ବିଧ୍ୱସ୍ତ ଆଫଗାନିସ୍ତାନରେ ଅନେକ ଘାତକ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି।

ବାଇଡେନ କହିଥିଲେ, ଆତଙ୍କିମାନେ ଆଫଗାନ ପରିସ୍ଥିତିରେ ସୁଯୋଗ ନେଇ ନିରୀହ ଆଫଗାନିସ୍ତାନ ଓ ଆମେରିକୀୟ ସୈନ୍ୟଙ୍କୁ ସେମାନଙ୍କର ଲକ୍ଷ୍ୟ ବନାଇ ପାରନ୍ତି। ଏହା ଉପରେ ଆମେରିକା ବରାବର ତୀକ୍ଷ୍‍ଣ ଦୃଷ୍ଟି ରଖିଛି। କାବୁଲ ବିମାନ ବନ୍ଦର ପରିସ୍ଥିତି ତାଙ୍କ ହୃଦୟକୁ ଗଭୀର ଦୁଃଖ ପହଞ୍ଚାଉଛି। ବାଇଡେନ ସ୍ପଷ୍ଟ କରିଥିଲେ ଯେ ଯନ୍ତ୍ରଣା ଓ କ୍ଷତି ବିନା ଆଫଗାନିସ୍ତାନରୁ ନାଗରିକଙ୍କୁ ସ୍ଥାନାନ୍ତରଣ ସମ୍ଭବ ନୁହେଁ। ଆମେରିକା ରାଷ୍ଟ୍ରପତି ଏହା ମଧ୍ୟ କହିଥିଲେ ଯେ ଆଫଗାନ ଶରଣାର୍ଥୀଙ୍କ ପାଇଁ ଆମେରିକା ସେମାନଙ୍କର ନୂଆ ଘର ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories