www.samajalive.in
Monday, December 8, 2025
20.1 C
Bhubaneswar

ଶତାଧିକ ତାଲିବାନି ପଞ୍ଜଶିର ମୁହାଁ; କଡା ଜବାବ ଦେବାକୁ ପ୍ରସ୍ତୁତ ଅହମଦ ମାସୁଦ

କାବୁଲ: ତାଲିବାନ ଆତଙ୍କି ଆଫଗାନିସ୍ତାନକୁ ନିଜ ଦଖଲକୁ ନେଇସାରିଥିଲେ ମଧ୍ୟ ଦେଶର ପଞ୍ଚଶିର ପ୍ରଦେଶ ଏବେ ମଧ୍ୟ ସେମାନଙ୍କ ପାଇଁ ଅପହଞ୍ଚ ରହିଯାଇଛି। ଦେଶର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ପଞ୍ଜଶିରରେ ରହିଥିବା ଏବଂ ନିଜକୁ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଘୋଷଣା କରିସାରିଛନ୍ତି। ଏଥିସହିତ ଅହମଦ ମାସୁଦ ଏବଂ ତାଙ୍କ ନେତୃତ୍ୱରେ ପରିଚାଳିତ ଲଢୁଆ ଗୋଷ୍ଠୀ ସାଲେହଙ୍କୁ ସମର୍ଥନ ଦେବା ସହିତ ପଞ୍ଜଶିରକୁ ତାଲିବାନ କବଳରୁ ଏପର୍ଯ୍ୟନ୍ତ ମୁକ୍ତ ରଖିଛନ୍ତି। କାବୁଲର ଉତ୍ତର ପୂର୍ବକୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଅବସ୍ଥିତ ପଞ୍ଜଶିର ଉପତ୍ୟକା ଗତଥର ତାଲିବାନର ଆଫଗାନ ଦଖଲ ସମୟରେ ମଧ୍ୟ ସେମାନଙ୍କ କବଳରୁ ମୁକ୍ତ ରହିଥିଲା। ମାସୁଦ ଓ ଅମରୁଲ୍ଲା ସାଲେହ ତାଲିବାନକୁ କଡା ଚେତାବନୀ ଦେବା ସହିତ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିସାରିଛନ୍ତି। ଅନ୍ୟପକ୍ଷରେ ରୁଷିଆର ଖବର ସରବରାହ ସଂସ୍ଥା ସ୍ପୁଟନିକ ପକ୍ଷରୁ କୁହାଯାଇଛି ଯେ ତାଲିବାନ ଆତଙ୍କିମାନେ ସଂପ୍ରତି ପଞ୍ଜଶିର ନିକଟରେ ଶତାଧିକ ସଂଖ୍ୟାରେ ଜମା ହୋଇଛନ୍ତି। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏହି ଆତଙ୍କି ଗୋଷ୍ଠୀ ଯେକୋ÷ଣସି ସମୟରେ ପଞ୍ଜଶିର ଉପରେ ଆକ୍ରମଣ କରିପାରନ୍ତି।

ଅମରୁଲ୍ଲା ସାଲେହ ଟ୍ୱିଟ୍‍ କରି କହିଛନ୍ତି, ତାଲିବାନ ଆତଙ୍କିମାନେ ଅନ୍ଦର୍ବ ଉପତ୍ୟକାର ପଡୋଶୀ ଅଞ୍ଚଳରେ ଜୋରଦାର ଆକ୍ରମଣର ସମ୍ମୁଖୀନ ହୋଇଥିଲେ। ସେଥିରେ ବହୁ ସଂଖ୍ୟାରେ ଆତଙ୍କିଙ୍କର ମୃତ୍ୟୁ ଘଟିଥିଲା। ତାହାର ଦିନକ ପରେ ତାଲିବାନ ଆତଙ୍କି ବହୁ ସଂଖ୍ୟାରେ ପଞ୍ଜଶିର ପ୍ରବେଶ ପଥ ନିକଟରେ ଠୁଳ ହୋଇଛନ୍ତି। ଇତିମଧ୍ୟରେ ଅହମଦ ମାସୁଦଙ୍କ ନେତୃତ୍ୱାଧୀନ ଲଢୁଆ ଗୋଷ୍ଠୀ ସାଲାଙ୍ଗ ରାଜପଥକୁ ବନ୍ଦ କରିଦେଇଛନ୍ତି। ୧୯୮୦ ଦଶକରେ ତତ୍କାଳୀନ ସୋଭିଏତ ରୁଷ ବିରୋଧୀ ଆନ୍ଦୋଳନର ମୁଖ୍ୟ ନେତୃତ୍ୱ ନେଉଥିବା ଆଫଗାନିସ୍ତାନର ଅନ୍ୟତମ ଯୋଦ୍ଧା ଅହମଦ ଶାହ ମାସୁଦଙ୍କ ପୁଅ ଅହମଦ ମାସୁଦ ସ୍ପଷ୍ଟ କରିଦେଇଛନ୍ତି ଯେ ପଞ୍ଜଶିର ଉପତ୍ୟକା ତାଲିବାନ ଆତଙ୍କିଙ୍କ ନିକଟରେ ଆତ୍ମସମର୍ପଣ କରିବ ନାହିଁ ଏବଂ ତାଙ୍କର ଲଢୁଆ ବାହିନୀ ଏହାର କଡା ଜବାବ ଦେବେ। ସେମାନେ ସୋଭିଏତ ୟୁନିୟନର ମୁକାବିଲା କରିସାରିଛନ୍ତି ଏବଂ ତାଲିବାନର ମୁକାବିଲା କରିବାକୁ ସମର୍ଥ ହେବେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories