www.samajalive.in
Monday, December 8, 2025
14.1 C
Bhubaneswar

ଶ୍ରାବଣରେ ବର୍ଷାର ଅଭାବ ; ମରୁଡି କବଳରେ ହରଭଙ୍ଗା ବ୍ଲକ 

ହରଭଙ୍ଗା :  ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ଚଳିତବର୍ଷ ଧାର୍ଯ୍ୟ ପରିମାଣଠାରୁ ଶତକଡା ୬୭ ପ୍ରତିଶତ କମ୍ ବର୍ଷା ଯୋଗୁଁ ମରୁଡି କବଳରେ ହରଭଙ୍ଗା ରହିଥିବା ଜଣାପଡିଛି । ଆସନ୍ତା ୭ଦିନ ମଧ୍ୟରେ ଭଲ ବର୍ଷା ହେଲେ ତଳିଘାରି ପୋଡିଯିବା ଏବଂ ତଳି ବୁଢା ହୋଇଯିବା ଫଳରେ ଧାନ ଚାଷ ସଂପୂର୍ଣ୍ଣ ଉଜୁଡିଯିବା ସହିତ ଏକ ନିଶ୍ଚିତି ମରୁଡି ଦେଖାଦେବ ବୋଲି କୃଷି ବିଭାଗ ପୂର୍ବାନୁମାନ କରିଛି । ସୂଚନା ଅନୁଯାୟୀ ବ୍ଲକରେ ଧାନଚାଷ ପାଇଁ ୧୫ ହଜାର୪୫୦ ହେକ୍ଟର, ଅଣଧାନ ଚାଷପାଇଁ ୯ହଜାର ୭୮୫ ହେକ୍ଟର ଚାଷ ଜମି ରହିଛି । ସେଥିରୁ ୧୮ହଜାର ୧୨୪ହେକ୍ଟର ଚାଷଜମିରେ ଜଳସେଚନ ପାଇଁ ସୁବିଧା ରହିଛିି ।
ସୂଚନା ଅନୁସାରେ ଚଳିତ ବର୍ଷ ବ୍ଲକରେ ଜୁନ୍ ମାସରେ ଧାର୍ଯ୍ୟ ପରିମାଣ ୨୩୩.୮୦ମି.ମି ବର୍ଷାରୁ ୧୦୪ ମି.ମି ବର୍ଷା ହୋଇଛି । ଯାହାକି ଜୁନ୍ ମାସରେ ଶତକଡା ୫୫.୫୨ ପ୍ରତିଶତ କମ୍ ବର୍ଷା ହୋଇଛି । ଜୁଲାଇରେ ୪୧୮.୫୦ ମି.ମି ବର୍ଷା ହେବା ଯାଗାରେ ମାତ୍ର ୧୬୨.୦ ମି.ମି ବର୍ଷା ହୋଇଛି । ଯାହାକି ଜୁଲାଇରେ ୬୧.୦୩ ପ୍ରତିଶ୍ରତ କମ୍ ବର୍ଷା ହୋଇଛି । ଅଗଷ୍ଟରେ ୧୪୧.୦୯ ପ୍ରତିଶ୍ରତ ବର୍ଷା ହେବା କଥା ମାତ୍ର ୨୨ତାରିଖ ସୁଦ୍ଧା ଶ୍ରାବଣ ମାସ ଶେଷ ସୁଦ୍ଧା ୭୦ପ୍ରତିଶ୍ରତ ବର୍ଷା କମ୍ଥିବା ରେକର୍ଡରୁ ଜଣାପଡିଛି । ଫଳରେ ବ୍ଲକରେ ବର୍ତମାନ ସୁଦ୍ଧା ୬ହଜାର ହେକ୍ଟର ଚାଷଜମିରେ ଧାନ ଚାଷ ହୋଇନଥିବା କୃଷି ବିଭାଗ ଆକଳନ କରିଛି ।ଜୁନ୍,ଜୁଲାଇ ଏବଂ ଅଗଷ୍ଟ ମାସରେ କ୍ରମାଗତଭାବେ ୫୫.୫୨ ,୬୧.୦୩ ଏବଂ ଚଳିତ ମାସରେ ୭୦ ପ୍ରତିଶ୍ରତ କମ୍ ବର୍ଷା ଯୋଗୁଁ ଅଂଚଳରେ ଏକ ନିଶ୍ଚିତ ମରୁଡିର ପୂର୍ବାଭାଷ ମିଳୁଥିବା କୃଷି ବିଭାଗ ଆକଳନ କରିଛି । ମରୁଡି ଆଶଙ୍କାକୁ ଦୃଷ୍ଟିରେ ରଖି କୃଷି ବିଭାଗ ଏହି ପରିସ୍ଥିତିରେ ଆଗୁଆ ରବି ଚାଷ ପାଇଁ ଚାଷୀଙ୍କୁ ବାଦାମ,ମୁଗ ,ସୋରିଷ ଚାଷ ପାଇଁ ଆବଶ୍ୟକୀୟ ବିହନ ଯୋଗାଇ ଦିଆଯିବା ପାଇଁ ଆଗୁଆ ପ୍ରସ୍ତୁତ ଦିଗରେ ରାଜ୍ୟ କୃଷି ବିଭାଗକୁ ପ୍ରସ୍ତାବ ଦେଇଥିବା ଜଣାପଡିଛି । ହରଭଙ୍ଗା ବ୍ଲକରେ ଚଳିତ ବର୍ଷ କମ୍ ବୃଷ୍ଟିପାତ ଫଳରେ ୪୦ ପ୍ରତିଶ୍ରତ ଜମିରେ ଧାନ ତଳିରୁଆ ହୋଇନଥିବା ଜଣାପଡିଛି । ବର୍ଷା କମ୍ ସତ୍ୱେ ମରୁଡିକୁ ଖାତିରି ନକରି ଚାଷୀ ଋଣ ,କରଜ କରି ବହୁ କଷ୍ଟରେ ଚାଷ କାର୍ଯ୍ୟ ଆଗେଇ ନେଇଥିଲା । କିନ୍ତୁ ଅଗଷ୍ଟ ମାସରେ ମଧ୍ୟ ସମାନ ଅବସ୍ଥା ଯୋଗୁଁ ଚାଷୀ ଚାଷ ଉପରୁ ଆଶା ଛାଡିଦେଇଥିବା ଜଣାପଡିଛି । ଆସନ୍ତା ସାତ ଦିନ ମଧ୍ୟରେ ଭଲ ବର୍ଷା ହେଲେ ମଧ୍ୟ  ଧାନ ଚାଷ ଉଜୁଡିବା ନିଶ୍ଚିତ ବୋଲି ଚାଷୀମହଲରୁ ମତ ପ୍ରକାଶ ପାଉଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories