www.samajalive.in
Sunday, December 7, 2025
26.1 C
Bhubaneswar

ବର୍ଷାରେ ଭାଙ୍ଗିଲା ଘର

ହରଭଙ୍ଗା: ଲଗାଣ ବର୍ଷା ପ୍ରଭାବରେ ହରଭଙ୍ଗା ପଂଚାୟତ ଅନ୍ତର୍ଗତ ଭେଜିଗୋରା ଗ୍ରାମର ଶମ୍ଭୁ ନାଏକ, ବୈଦେହୀ ନାଏକଙ୍କ ଚାଳ ଛପର ମାଟି ଘର ଭାଙ୍ଗିଯାଇଛି। ଫଳରେ ଦୁଇଟି ପରିବାର ବର୍ଷାରେ ମୁଣ୍ଡଗୁଞ୍ଜିବା ପାଇଁ ହଇରାଣ ହେଉଛନ୍ତି। ତୁରନ୍ତ ଉଭୟଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସମାଜସେବୀ ବିଶିକେଶନ ପ୍ରଧାନ ଦାବି କରିଛନ୍ତି। ଶମ୍ଭୁ ଏବଂ ବୈଦେହୀ ଦାରିଦ୍ର ସୀମାରେଖା ତଳେ ବସବାସ କରୁଥିବା ବେଳେ ସେମାନଙ୍କୁ ଗ୍ରାମୀଣ ଆବାସ ଯୋଜନାରେ ଖଣ୍ଡିଏ ଘର ମିଳିପାରିନାହିଁ। ଯାହାଫଳରେ ଉଭୟ ପରିବାର ଆର୍ଥିକ ଅନଟନ କାରଣରୁ ମାଟି ଚାଳ ଛପର ଘରେ ରହୁଥିଲେ। ଏବେ ଉକ୍ତ ଘର ବି ଭାଙ୍ଗିଯିବାରୁ ସେମାନେ ବାସହରା ହୋଇପଡ଼ିଛନ୍ତି। ତୁରନ୍ତ ଗରିବ ପରିବାରକୁ ଆଗ୍ରାଧିକାର ଭିତ୍ତିରେ ପକ୍କା ଘର ଯୋଗାଇଦେବାକୁ ଦାବି ହେଉଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories