www.samajalive.in
Monday, December 15, 2025
26.1 C
Bhubaneswar

ସର୍ବଭାରତୀୟ ଏଫଏମଜିଇ ପରୀକ୍ଷାରେ ବୌଦ୍ଧର ସିଦ୍ଧାର୍ଥ ମହାପାତ୍ର ଦ୍ୱିତୀୟ

ବୌଦ୍ଧ: ଭାରତ ସରକାରଙ୍କ ଏନଟିଏ ଦ୍ୱାରା ପରିଚାଳିତ ଏଫଏମଜିଇ (ବିଦେଶରେ ମେଡିକାଲ ଡିଗ୍ରୀ ପରୀକ୍ଷା) ୨୦୨୪ର ଫଳ ପ୍ରକାଶ ପାଇଛି। ଏହି ସର୍ଭଭାରତୀୟ ପରୀକ୍ଷାରେ ବୌଦ୍ଧର ମେଡିକାଲ ଛାତ୍ର ଡା. ସିଦ୍ଧାର୍ଥ ରାହୁଲ ମହାପାତ୍ର ଦ୍ୱିତୀୟ ସ୍ଥାନ ଅଧିକାର କରି ବୌଦ୍ଧ ପାଇଁ ଗୌରବ ଆଣିଛନ୍ତି। ସେ ୟୁକ୍ରେନର କିଭ୍‌ ମେଡିକାଲ ବିଶ୍ୱବିଦ୍ୟାଳୟରୁ ଡକ୍ଟର ଅଫ ମେଡିସିନ୍‌ରେ ଦେଶର ସର୍ବଶ୍ରେଷ୍ଠ ସ୍ନାତକ ସ୍ଥାନ ହାସଲ କରି ଚର୍ଚ୍ଚାରେ ରହିଥିଲେ । ପ୍ରଥମ ପଦାର୍ପଣ ପରୀକ୍ଷାରେ ସେ ଏହି ସଫଳତା ହାସଲ କରିଛନ୍ତି।

ଡା. ସିଦ୍ଧାର୍ଥ ବୌଦ୍ଧ ରାମେଶ୍ୱର ବିହାର ନିବାସୀ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର ଏବଂ ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ଗୀତାଞ୍ଜଳୀ ମହାପାତ୍ରଙ୍କ ଏକମାତ୍ର ପୁତ୍ର ଅଟନ୍ତି । ୟୁକ୍ରେନ ଯୁଦ୍ଧ ଆରମ୍ଭ ସମୟରେ ସେ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ଅଧାରେ ଡାକ୍ତରୀ ଶିକ୍ଷା ଛାଡି ଭାରତ ଫେରିଥିଲେ । ପରେ ପୁନର୍ବାର ୟୁକ୍ରେନର କିଭ୍‌ ମେଡିକାଲ ବିଶ୍ୱବିଦ୍ୟାଳୟ ଡାକରାରେ ୟୁକ୍ରେନ ଯାଇ ଅନେକ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ସଫଳତାର ସହିତ ନିଜର ଡାକ୍ତରୀ ଶିକ୍ଷା ସମାପ୍ତ କରିଥିଲେ । ସେ ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟରେ ଦଶମ ପର୍ଯ୍ୟନ୍ତ ଓ ଭୁବନେଶ୍ୱର ଡିଏଭିରୁ ଦ୍ୱାଦଶ ଶିକ୍ଷା ସମାପ୍ତ ପରେ ଡାକ୍ତରୀ ପଢିବାକୁ ୟୁକ୍ରେନ ଯାଇଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories