www.samajalive.in
Thursday, December 11, 2025
27.1 C
Bhubaneswar

ମୃତ ସ୍ୱାମୀଙ୍କ ପାଇଁ ମନ୍ଦିର ତୋଳିଲେ ଆନ୍ଧ୍ର ମହିଳା

ବିଜୟୱାଡା: ଆନ୍ଧ୍ରପ୍ରଦେଶର ଜଣେ ମହିଳା ତାଙ୍କ ମୃତ ସ୍ୱାମୀଙ୍କ ପାଇଁ ମନ୍ଦିର ନିର୍ମାଣ କରିଛନ୍ତି। ତାହାସହିତ ପ୍ରତିଦିନ ସେଠାରେ ସ୍ଥାପନ କରାଯାଇଥିବା ସ୍ୱାମୀଙ୍କର ମୂର୍ତ୍ତିକୁ ପୂଜାର୍ଚ୍ଚନା ମଧ୍ୟ କରୁଛନ୍ତି। ସ୍ୱାମୀଙ୍କୁ ନିଜ ଜୀବନରେ ଭଗବାନ ବୋଲି ମାନୁଥିବା ମହିଳା ଜଣକ ଏଭଳି କରୁଥିବା ଜଣାଯାଇଛି। ଏହି ମହିଳାଙ୍କ ନାମ ପଦ୍ମାବତୀ। ଏକ ରକ୍ଷଣଶୀଳ ପରିବାରରେ ଲାଳିତ ପାଳିତ ହୋଇଥିବା ପଦ୍ମାବତୀଙ୍କ ସ୍ୱାମୀ ଆଙ୍କିରେଡ୍ଡି ୨୦୧୭ରେ ପ୍ରାଣତ୍ୟାଗ କରିଥିଲେ। ତାହାର କିଛିଦିନ ପରେ ପଦ୍ମାବତୀ ତାଙ୍କ ସ୍ୱାମୀଙ୍କୁ ସ୍ୱପ୍ନରେ ଦେଖିଲେ। ସଡକ ଦୁର୍ଘଟଣାରେ ଆଙ୍କିରେଡ୍ଡିଙ୍କ ମୃତ୍ୟୁ ପରେ ପଦ୍ମାବତୀ ଦୁଃଖରେ ଭାଙ୍ଗି ପଡିଥିଲେ। ପିଲାଦିନେ ସେ ଦେଖିଥିଲେ ଯେ ତାଙ୍କ ମା’ ତାଙ୍କ ବାପାଙ୍କୁ ପୂଜା କରୁଛନ୍ତି। ତେଣୁ ସେ ବିବାହ ପରେ ମା’ଙ୍କ ପଦାଙ୍କ ଅନୁସରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ସ୍ୱପ୍ନରେ ତାଙ୍କ ସ୍ୱାମୀ ତାଙ୍କୁ ତାଙ୍କ ପାଖେପାଖେ ରହିଛନ୍ତି ବୋଲି କହିଲେ। ଏହାପରେ ପଦ୍ମାବତୀ ତାଙ୍କ ସ୍ୱାମୀଙ୍କର ଏକ ମୂର୍ତ୍ତି ମାର୍ବଲରେ ତିଆରି କରିବା ସହିତ ଏକ ମନ୍ଦିର ନିର୍ମାଣ କରି ସେଠାରେ ମୂର୍ତ୍ତି ସ୍ଥାପନ କଲେ ଏବଂ ସେବେଠାରୁ ସେଠାରେ ପୂଜାର୍ଚ୍ଚନା କରିଆସୁଛନ୍ତି। ଆଙ୍କିରେଡ୍ଡିଙ୍କ ଜନ୍ମଦିନ ଅବସରରେ ସେଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ପ୍ରତି ପୂର୍ଣ୍ଣମୀ ତିଥିରେ ପଦ୍ମାବତୀ ଦରିଦ୍ର ଲୋକଙ୍କୁ ଭୋଜନ ଦାନ କରିଥାନ୍ତି। ତାଙ୍କ ପୁଅ ଶିବଶଙ୍କର ରେଡ୍ଡି ଏବଂ ଆଙ୍କିରେଡ୍ଡିଙ୍କ ସାମାଗ ତିରୁପତି ରେଡ୍ଡି ଏହି କାମରେ ପଦ୍ମାବତୀଙ୍କୁ ସହଯୋଗ କରୁଛନ୍ତି।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories