www.samajalive.in
Wednesday, December 10, 2025
15.1 C
Bhubaneswar

ମହାରାଷ୍ଟ୍ରରେ ଡେଲଟା ପ୍ଲସରେ ୬୬ ସଂକ୍ରମିତ ; ୫ ମୃତ

ମୁମ୍ବଇ : ମହାରାଷ୍ଟ୍ରରେ କରୋନାର ଡେଲଟା ପ୍ଲସରେ ଏଯାଏଁ ୬୬ ଜଣ ସଂକ୍ରମିତ ହୋଇଥିବା ନେଇ ଖବର ମିଳିଛି। ଏହାସହ ସେମାନଙ୍କ ମଧ୍ୟରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଉକ୍ତ ୬୬ ସଂକ୍ରମିତଙ୍କ ମଧ୍ୟରୁ କିଛି ଜଣ ଟିକାର ୨ଟ ଯାକ ପାନ ନେଇଥିଲେ। ଶୁକ୍ରବାର ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ଏନେଇ ସୂଚନା ଦେଇଛନ୍ତି। ବିଭିନ୍ନ ସ୍ଥାନରୁ ବ୍ୟକ୍ତିଙ୍କ ନମୁନା ନେଇ ପରୀକ୍ଷା କରାଯାଉଛି। ସେହିପରି ମୁମ୍ବଇରେ କରୋନାର ଡେଲଟା ପ୍ଲସରେ ସଂକ୍ରମିତ ହୋଇ ୬୩ ବର୍ଷୀୟ ମହିଳାଙ୍କର ମୃତ୍ୟୁର ପ୍ରଥମ ଘଟଣା ମଧ୍ୟ ସାମ୍ନାକୁ ଆସିଛି।
ମୁମ୍ବଇର ବିଏମସିର ଜଣେ ଅଧିକାରୀଙ୍କ କହିବାନୁଯାୟୀ ଉକ୍ତ ମହିଳା ଜଣଙ୍କ କରୋନାର ୨ଟି ପାନ ଟିକା ନେଇଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୨ ଜଣ ମଧ୍ୟ ସଂକ୍ରମିତ ହୋଇଛନ୍ତି। ଏହି ଡେଲଟା ପ୍ଲସ ଭାରିଆଣ୍ଟ ଖୁବ ଶୀଘ୍ର ଅନ୍ୟମାନଙ୍କୁ ସଂକ୍ରମିତ କରୁଛି। ଡେଲଟା ପ୍ଲସରେ ସବୁଠାରୁ ଅଧିକ ୧୩ ଆକ୍ରାନ୍ତ ଉତ୍ତର ମହାରାଷ୍ଟ୍ରର ଜଲଗାଁଓରୁ ଆସିଛି। ସେହିପରି ରତ୍ନଗିରିରୁ ୧୨ , ମୁମ୍ବଇରୁ ୧୧ ଓ ଅନ୍ୟ ସ୍ଥାନରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
୬୬ ସଂକ୍ରମିତଙ୍କ ମଧ୍ୟରେ ୩୨ ଜଣ ପୁରୁଷ ଓ ୨୪ ଜଣ ମହିଳା ରହିଛନ୍ତି। ୩୩ ଜଣ ସଂକ୍ରମିତ ୪୫ ବର୍ଷର ଥିବା ବେଳେ ୪୬ ରୁ ୬୦ ବର୍ଷ ମଧ୍ୟରେ ୧୮ ଜଣ ଆକ୍ରାନ୍ତ ରହିଛନ୍ତି। ୧୮ ବର୍ଷରୁ କମ ୭ ଜଣ ଥିବା ବେଳେ ୬୦ ବର୍ଷରୁ ଅଧିକ ୮ ଜଣ ଆକ୍ରାନ୍ତ ରହିଛନ୍ତି।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories