www.samajalive.in
Sunday, December 14, 2025
26.1 C
Bhubaneswar

ମକର ସଂକ୍ରାନ୍ତିରେ ମହାମାୟୀ ମା’ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଫୁଲବାଣୀ:ଆଜି ମକର ସଂକ୍ରାନ୍ତି ପାଳିତ ହେଉଥିବା ବେଳେ କନ୍ଧମାଳ ଜିଲାର ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ଫୁଲବାଣୀ ସମତେ ସମଗ୍ର ଜିଲାର ସମସ୍ତ ଶୈବ ପୀଠ ସମେତ ଅନ୍ୟ ମନ୍ଦିରମାନଙ୍କରେ ଶହ ଶହ ଭକ୍ତଙ୍କ ସମାଗମ ଦେଖାଯାଇଛି। ବିଭିନ୍ନ ମଠ ମନ୍ଦିର ଏବଂ ଗାଁ ମାନଙ୍କରେ ଥିବା ମଣ୍ଡପମାନଙ୍କରେ ମକର ସଂକ୍ରାନ୍ତି ପର୍ବ ଧୁମଧାମରେ ମକର ପାଳନ କରିଛନ୍ତି।
ଫିରିଙ୍ଗିଆ ବ୍ଲକ ଛକ କୁଶାସରୁ ପାହାଡ଼ରେ ଥିବା ହନୁମାନ ମନ୍ଦିରରେ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ମକର ସଂକ୍ରାନ୍ତି ପାଳିତ ହୋଇଛି । ଫିରିଙ୍ଗିଆର ଘାଇ ସାହି ପାହାଡ଼ରେ ଥିବା ମଠ, ଜାଜେଶପଙ୍ଗା, ଗେରୁପଡା, କେଳାପଡା, ଫିରିଙ୍ଗିଆ ବ୍ଲକର ଦେବ ସ୍ଥଳୀ ଗୁମ୍ଫା କଟାଙ୍ଗୀ, ରତଙ୍ଗ ଶିବ ମନ୍ଦିର, ଫିରିଙ୍ଗିଆ ପିତାବାଳି ମନ୍ଦିର ସହ ପ୍ରତ୍ୟେକ ଗାଁ ଗାଁରେ ମକର ସଂକ୍ରାନ୍ତି ପାଳିତ ହୋଇଛି।

ଫିରିଙ୍ଗିଆ ହନୁମାନ ମନ୍ଦିର, କଟାଙ୍ଗୀ, ଜାଜେଶ ପଙ୍ଗା ଏବଂ ଘାଇ ସାହି ପାହାଡ଼ ମଠ ରେ ଦିନ ତମାମ ଶତାଧିକ ଭକ୍ତଙ୍କ ଗହଳି ଲାଗି ରହିଥିଲା । ବୁଧବାର ମକର ସଂକ୍ରାନ୍ତି ଉପଲକ୍ଷେ ବିଭିନ୍ନ ଅନୁଷ୍ଠାନ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବିଭିନ୍ନ କମିଟି ତରଫରୁ ସୂଚନା ମିଳିଛି। ଅନ୍ୟ ପଟେ ଫିରିଙ୍ଗିଆ ପିତାବଳି ମନ୍ଦିର ନିକଟରେ ସ୍ଥାପିତ ହୋଇଥିବା ମହାମାୟୀ ମା’ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ପିତାବଳି ମନ୍ଦିର ପୂଜକ ସତ୍ୟନାରାୟଣ ଭୁକ୍ତାଙ୍କ ସହ ବାହକ ପଦ୍ମଚରଣ ପ୍ରଧାନ ଏବଂ ମନ୍ଦିର ପରିଚାଳନା କମିଟି ଯୋଗ ଦେଇଥିବା ବେଳେ ଏହି ପ୍ରତିଷ୍ଠା ଉତ୍ସବରେ ମଧ୍ୟ ସହ ସହ ଭକ୍ତ ଓ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories