www.samajalive.in
Saturday, December 6, 2025
23.1 C
Bhubaneswar

ମାଟ୍ରିକ ପ୍ରଶ୍ନପତ୍ରରେ ଲାଗିବ ୱାର୍ଟରମାର୍କ

କଟକ : ଏଣିକି ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ କରୁଥିବା ବ୍ୟକ୍ତି ଧରାପଡ଼ିବେ। କିଏ ଏବଂ କେଉଁ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ରକୁ ପ୍ରଘଟ କରିଛି ତାହା ଜଣାପଡ଼ିବ। ଆସନ୍ତା ଫେବୃଆରୀ ୨୧ରେ ରାଜ୍ୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ଚଳିତବର୍ଷ ଠାରୁ ପ୍ରଶ୍ନପତ୍ରରେ ସବୁ ପୃଷ୍ଠାରେ ୱାର୍ଟରମାର୍କ ଲାଗିବ। ଯେଉଁଥିରେ ପରୀକ୍ଷାର୍ଥୀଙ୍କ ରୋଲ ନମ୍ବର ଏବଂ ପରୀକ୍ଷା କେନ୍ଦ୍ର ବିଷୟରେ ଜାଣିହେବ। ଏହାକୁ ବୋର୍ଡର ପରୀକ୍ଷା ପରିଚାଳନା କମିଟି ଦ୍ବାରା ଅନୁମୋଦନ ମିଳିସାରିଛି। ପରୀକ୍ଷାମୂଳକ ଭାବେ ଏହି ବ୍ୟବସ୍ଥାକୁ ଆସନ୍ତା ୧୭ ତାରିଖ ଠାରୁ ହେବାକୁ ଥିବା ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି)ରେ ଲାଗୁ କରାଯାଇଛି। ଏହାଦ୍ବାରା ପ୍ରତିବର୍ଷ ପରୀକ୍ଷା ସମୟରେ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ଆସୁଥିବା ଅଭିଯୋଗ ଦୂର କରାଯିବା ସହ ପରୀକ୍ଷା ପରିଚାଳନାରେ ସ୍ବଚ୍ଛତା ରହିପାରିବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି।
ବୋର୍ଡ ପକ୍ଷରୁ ପ୍ରତିବର୍ଷ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା, ସଂସ୍କୃତ ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟର ବାର୍ଷିକ ପରୀକ୍ଷା କରାଯାଇଥାଏ। ପ୍ରାୟ ୫ ରୁ ୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥାନ୍ତି; କିନ୍ତୁ ପରୀକ୍ଷା ପୂର୍ବରୁ ମାଟ୍ରିକ ପ୍ରଶ୍ନପତ୍ର ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ନେଇ ଅଭିଯୋଗ ଆସିଥାଏ। ଯାହାଦ୍ବାରା ବୋର୍ଡର ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ପରୀକ୍ଷାର୍ଥୀମାନେ ନିରୁତ୍ସାହିତ ହେଉଥିଲେ। ତେଣୁ ଏଭଳି ଅଭିଯୋଗକୁ ଦୂର କରିବା ଏବଂ ବାସ୍ତବରେ ଯଦି ପ୍ରଶ୍ନପତ୍ର ପ୍ରଘଟ ହେଉଛି ଏହାକୁ କିଭଳି ରୋକାଯାଇପାରିବ ତାହାକୁ ବୋର୍ଡ କର୍ତ୍ତୃପକ୍ଷ ଗୁରୁତ୍ବ ଦେଇଛନ୍ତି। ନୂଆ ବର୍ଷ ଠାରୁ ବୋର୍ଡ ପକ୍ଷରୁ ମାଟ୍ରିକ ପରୀକ୍ଷା ପାଇଁ ନୂଆ ପଦକ୍ଷେପ ନିଆଯାଇଛି। ଚଳିତ ବର୍ଷ ଠାରୁ ମାଟ୍ରିକ ପରୀକ୍ଷାର ସବୁ ବିଷୟଗୁଡ଼ିକର ପ୍ରଶ୍ନପତ୍ରରେ ୱାଟରମାର୍କ ରହିବ। ସେଲ୍ଫ ଡିସପ୍ଲେ ୱାଟରମାର୍କ ଥିବା ଏହି ପ୍ରଶ୍ନପତ୍ରରେ କୌଣସି ପୃଷ୍ଠାର ମୋବାଇଲ

କ୍ୟାମେରା କିମ୍ବା ସ୍କାନରରେ ଫଟୋ ଉଠିଲେ ସେହି ୱାଟରମାର୍କ ଆସିଯିବ। କେଉଁ ପରୀକ୍ଷାର୍ଥୀଙ୍କର ସେହି ପ୍ରଶ୍ନପତ୍ର କେଉଁ ପରୀକ୍ଷା କେନ୍ଦ୍ରରୁ ଏବଂ କେଉଁ ହଲରୁ ପ୍ରଘଟ କରିଛନ୍ତି ତାହା ସେଥିରୁ ଜଣାପଡ଼ିଯିବ। ଦେଶରେ ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା ବିଭିନ୍ନ ଫାର୍ମ ପ୍ରମୁଖ ପରୀକ୍ଷା ପରିଚାଳନା ସଂସ୍ଥା କର୍ତ୍ତୃପକ୍ଷଙ୍କ ସହ ବୋର୍ଡ ଅଧିକାରୀ ଆଲୋଚନା କରିବା ପରେ ଏହାକୁ ଅନୁଧ୍ୟାନ କରିଥିଲେ। ପରିଚାଳନା କମିଟି ବୈଠକରେ ଏ ବିଷୟରେ ଆଲୋଚନା କରାଯିବା ପରେ ଅନୁମୋଦନ ମିଳିଛି। ପ୍ରତ୍ୟେକ ପ୍ରଶ୍ନପତ୍ରର କ୍ରମିକ ସଂଖ୍ୟା ଓ ପରୀକ୍ଷାର୍ଥୀଙ୍କ ରୋଲ ନମ୍ବର ଏହି ୱାଟରମାର୍କରେ ରହିଛି। ଓଏସଏସଟିଇଟି ପରୀକ୍ଷାରେ ଏହି ବ୍ୟବସ୍ଥାକୁ ଆରମ୍ଭ କରାଯାଇଛି। ଯାହା ଦ୍ବାରା ମାଟ୍ରିକ ପ୍ରଶ୍ନପତ୍ର ପ୍ରଘଟ ପ୍ରତିହତ ହୋଇପାରିବ ବୋଲି ପରିଷଦର ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories