www.samajalive.in
Tuesday, December 9, 2025
23.1 C
Bhubaneswar

କଣ୍ଟାବାଞ୍ଜି ସହରରେ ମକର ସଂକ୍ରାନ୍ତି ପାଳିତ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସହରର ଶ୍ରୀରାମ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ସଙ୍କଟ ମୋଚନ ହନୁମାନ ମନ୍ଦିର, ରାମେଶ୍ୱର ମନ୍ଦିର ଓ ବାଲାଜୀ ମନ୍ଦିରରେ ମକର ସଂକ୍ରାନ୍ତି ପାଳିତ ହୋଇଯାଇଛି । ଏହି ଅବସରରେ ଶ୍ରଦ୍ଧାଳୁମାନେ ମକର ଚାଉଳ ଓ ଭୋଗ ବିଭିନ୍ନ ଦେବାଳୟରେ ଭୋଗଲାଗି କରିଥିଲେ । ଏହାସହିତ ଦେବାଳୟର ସମ୍ମୁଖରେ ବସିଥିବା ଦରିଦ୍ରମାନଙ୍କୁ ଅର୍ଣ୍ଣବସ୍ତ୍ର ଓ ଦକ୍ଷିଣା ଦାନ କରିବା ସହ ଶୀତବସ୍ତ୍ର ବଣ୍ଟନ କରିଥିଲେ।

ମକର ସଂକ୍ରାନ୍ତି ଅବସରରେ ଶ୍ରୀରାମ ପ୍ରଭାତ ଫେରି ଗ୍ରୁପ ତରଫରୁ ରନ୍ଧନ ଖାଦ୍ୟବଣ୍ଟନ, ଖେଚୁଡ଼ି ଭୋଗ ବଣ୍ଟନ କରାଯାଇଥିଲା । ଶ୍ରୀରାମ ସେନା ପ୍ରଭାତ ଫେରି କୀର୍ତ୍ତନ ମଣ୍ଡଳୀ ଗ୍ରୁପ ତରଫରୁ ମୁରାରୀ ଅଗ୍ରୱାଲ, କୋଦଣ୍ଡ ଧର ପାଢ଼ୀ, ହରି ବେହେରା, କାଁହୁ ଚରଣ ମିଶ୍ର, ଜସୁ ଜୈନ, ପ୍ରଦୀପ ଅଗ୍ରୱାଲ, ପ୍ରବୀଣ ଶର୍ମା, ଅଜୟ ଦାସ, ଅନିଲ ଅଗ୍ରୱାଲ, ସଞ୍ଜୟ ପଣ୍ଡା, ଜିତୁ ପଣ୍ଡା, ଜିତେନ୍ଦ୍ର ପାଠକ, ବିଷ୍ଣୁ ଧରୁଆ, ଗଣେଶ ବେହେରା, ସୁରେଶ ଭିତିରିଆ, ମୋହନ ଖମାରି, ଅରୁଣ ଗର୍ଗ, ନନ୍ଦଲାଲ ନାଗ, ସରୋଜ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Hot this week

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

Related Articles

Popular Categories