www.samajalive.in
Sunday, December 14, 2025
26.1 C
Bhubaneswar

କନ୍ଧମାଳରେ ପୁଣି କଟିଲା ୮୬ ଏକର ଗଞ୍ଜେଇ ଗଛ, ମୂଲ୍ୟ ୧ କୋଟି ୮ ଲକ୍ଷ ଷାଠିଏ ହଜାର

ଫୁଲବାଣୀ:କନ୍ଧମାଳ ଜିଲାରେ ଦୀର୍ଘ ୨ମାସ ହେବ ପୁଲିସ ଓ ଅବକାରୀ ବିଭାଗର ମିଳିତ ସହଯୋଗରେ ଚଢ଼ାଉ ଜାରି ରହିଛି। ଫିରିଙ୍ଗିଆ ଅଞ୍ଚଳରେ ଏତେ ପରିମାଣରେ ଗଞ୍ଜେଇ ଚାଷ ହୋଇଛି ଯେ ଯେତେ କାଟିଲେ ବି ସରୁନି ବୋଲି ଆଲୋଚନା ହେଉଛି। ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନିର୍ଦେଶକ୍ରମେ ଏହି ଚଢ଼ାଉ ଜାରି ରହିଛି ।

ଫିରିଙ୍ଗିଆ ଥାନା ଅଧୀନସ୍ଥ ବନ୍ଧଗଡ଼଼ ପଞ୍ଚାୟତର ବାଲକିଡାଡି, ଶାନ୍ତିନଗର ଓ ଦନ୍ଦୀମାହା ଗ୍ରାମ୍ୟ ପାର୍ଶ୍ୱବର୍ତ୍ତୀ ଜଙ୍ଗଲ ଓ ପାହାଡିଆ ଜଙ୍ଗଲ ଜମିମାନଙ୍କରେ ବେଆଇନ ଭାବରେ ଚାଷ ହୋଇଥିବା ପ୍ରାୟ ୮୬ ଏକର ଜାଗାରେ ଚାଷ ହୋଇଥିବା ଗଞ୍ଜେଇ ଗଛ ଗୁଡିକୁ କାଟିବା ସହ ଜାଳି ପୋଡି ନଷ୍ଟ କରିଦିଆଯାଇଛି। ଅନ୍ୟପଟେ ଜଙ୍ଗଲ ମଧ୍ୟରେ ପୁଲିସ ଏକ କୃତ୍ରିମ ପୋଖରୀକୁ ମଧ୍ୟ ଠାବ କରିଛି । ଏଥିରୁ ଜଣାପଡ଼ିଛି ଯେ ଗଞ୍ଜେଇ ଚାଷୀମାନେ କୃତ୍ରିମ ପୋଖରୀ ତିଆରି କରି ସେଥିରେ ପାଣି ଗଛିତ ରଖି ଗଞ୍ଜେଇ ଚାଷକୁ ପାଣି ଯୋଗାଉଛନ୍ତି ।

- Advertisement -

ନଷ୍ଟ କରିଦିଆଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୧ କୋଟି ୮ ଲକ୍ଷ ଷାଠିଏ ହଜାର ଟଙ୍କା ହେବ ବୋଲି ପୁଲିସ ତରଫରୁ ସୂଚନା ଦିଆଯାଇଛି । ଏହି ଚଢ଼ାଉରେ ଏସଆଇ ଅଜୟ କୁମାର ସାହୁଙ୍କ ନେତୃତ୍ୱରେ ଏଏସଆଇ ଶ୍ରୀକାନ୍ତ ପାତ୍ର, ଏଏସଆଇ କୃଷ୍ଣଚନ୍ଦ୍ର ଗୌଡ଼ ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ହୋଇଥିଲେ ।

ଗଛ କାଟିବା ପାଇଁ ପ୍ରାୟ ୩୦ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିବାବେଳେ ବେଳେ ସୁରକ୍ଷା ଦୃଷ୍ଟିକୁ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଏହି ଗଞ୍ଜେଇ କଟାକୁ ନେଇ ଥାନାରେ ୦୮/୨୦୨୫ ରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଥିବା ଥାନା ଅଧିକାରୀ ଗୋପୀନାଥ ବେହେରା ସୂଚନା ଦେଇଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories