www.samajalive.in
Monday, December 15, 2025
15.1 C
Bhubaneswar

ଗଡଜାତ ପରିକ୍ରମା ବାର୍ଷିକ ପତ୍ରିକା ଲୋକାର୍ପିତ

ଆଠଗଡ: ପବିତ୍ର ମକର ସଂକ୍ରାନ୍ତି ଅବସରରେ ଆଠଗଡର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗଡଜାତ ବାର୍ଷିକ ପତ୍ରିକା ଉନ୍ମୋଚିତ ହୋଇଯାଇଛି। ଚାନ୍ଦବାଲି ଛକ ନିକଟସ୍ଥ ହନୁମାନ ମନ୍ଦିର ପରିସରରେ ଗଡଜାତ ପରିକ୍ରମାର ସଭାପତି ପ୍ରାଣକୃଷ୍ଣ ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ନିରଞ୍ଜନ ରଥ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଡ଼.ନାରାୟଣ ପଣ୍ଡା, ସମ୍ମାନିତ ଅତିଥିଭାବେ ସାହିତ୍ୟିକ ତଥା ସମାଜସେବୀ ବିଭୁତି ଭୂଷଣ ମିଶ୍ର, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଭ୍ୟ ବ୍ରଜେନ୍ଦ୍ର ରାୟ ଓ ସମାଜସେବୀ ଭାଗିରଥି କର ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ। ଗଡଜାତ ପରିକ୍ରମା ଅନୁଷ୍ଠାନ ଦୀର୍ଘ ବର୍ଷ ଧରି ଆଠଗଡର କଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ଲାଗି ଯେଉଁପରି ନିରବଛିନ୍ନ ଉଦ୍ୟମ କରିଆସୁଛି ବାସ୍ତବିକ ତାହା ପ୍ରେରଣାଦାୟକ ଓ ପ୍ରଶଂସନୀୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ପୂର୍ବର ଆଠଗଡ ଓ ବର୍ତ୍ତମାନର ଆଠଗଡ ମଧ୍ୟରେ ଅନେକ ଫରକ ପରିଲକ୍ଷିତ ହେଉଛି ଏବଂ ଆଠଗଡର ବୁଦ୍ଧିଜୀବୀ ଓ ସଚେତନ ନାଗରିକମାନେ ଏବେ ନିରବ କାହିଁକି ବୋଲି ଅତିଥିଗଣ ପ୍ରଶ୍ନ କରିଥିଲେ । ଗଡଜାତ ପରିକ୍ରମା ସମ୍ପାଦକ ଲଲାଟେନ୍ଦୁ ସେନାପତି କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ କବିୟତ୍ରୀ ତଥା ଶିକ୍ଷାବିତ ପୁଲିନ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଗଡଜାତ ପରିକ୍ରମାର ବାର୍ଷିକ ପତ୍ରିକା ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories