ଏହି କମ୍ପାନୀ ଆଣିବ ପ୍ରଥମ ସିଏନଜି ସ୍କୁଟର
ନୂଆଦିଲ୍ଲୀ : ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୫ର କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନେକ କମ୍ପାନୀ ନିଜ ପ୍ରଡକ୍ଟକୁ ଶୋକେସ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହି ତାଲିକାରେ ଟିଭିଏସ୍ ମୋଟରର ନାଁ ମଧ୍ୟ ସାମିଲ । କମ୍ପାନୀ ଇଭେଣ୍ଟରେ ନିଜ ଗ୍ରୀନ୍ ଭେଇକଲର ସମ୍ପୂର୍ଣ୍ଣ ସିରିଜ୍ ଆଣିବାକୁ ପ୍ରସ୍ତୁତ ହେଉଛି । କମ୍ପାନୀ ଲାଇନଅପରେ ଏବେ ଆଇକ୍ୟୁବ୍ ଏକମାତ୍ର ଇଲେକ୍ଟ୍ରିକ୍ ସ୍କୁଟର ଯାହାକୁ କମ୍ପାନୀ ଭାରତରେ ବିକ୍ରି କରୁଛି । ନିକଟରେ ଲଞ୍ଚ୍ କରାଯାଇଥିବା କିଛି ନୂଆ ସ୍କୁଟର ଯଥା ନୂଆ ଜୁପିଟର ୧୧୦ କୁ ଏମିତି ପ୍ଲାଟଫର୍ମରେ ପ୍ରସ୍ତୁତ କରାଯାଇଛି ଯାହା ଇଭି ପାଇଁ ଅନୁକୂଳ ମଧ୍ୟ । ନୂଆ ଜୁପିଟର ପ୍ଲାଟଫର୍ମକୁ ଫ୍ୟୁଚର ଇଭି ଭର୍ସନକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି । ଏହାର ଫ୍ୟୁଲ ଟ୍ୟାଙ୍କ ଫ୍ଲୋରବୋର୍ଡ ତଳେ ରହିଛି ଯାହା ଫଳରେ କମ୍ପାନୀ ବ୍ୟାଟେରୀ ପାଇଁ ସେହି ସ୍ଥାନକୁ ଉପଯୋଗ କରିପାରିବ ।
ନୂଆ ଜୁପିଟରରେ ଇଲେକ୍ଟ୍ରିକ୍ ମୋଟରକୁ ସେହି ସ୍ଥାନରେ ଲଗାଯିବ ଯେଉଁଠି ବର୍ତ୍ତମାନ ୧୧୦ ସିସି ଏବଂ ୧୨୫ ସିସି ଇଞ୍ଜିନ ଲାଗିଛି । କମ୍ପାନୀ ସିଏନଜି ମଡେଲ ଉପରେ କାମ କରୁଛି । ୨୦୨୫ର ଭାରତ ମୋବିଲିଟି ଏକ୍ସପୋରେ ଟିଭିଏସର ପ୍ରଥମ ସିଏନଜି ଗାଡି ଦେଖିବାକୁ ମିଳିପାରେ । କମ୍ପାନୀ ବର୍ତ୍ତମାନ ଏହାକୁ ନେଇ କୌଣସି ଅଫିସିଆଲ୍ ସୂଚନା ଦେଇନି । କିନ୍ତୁ କୁହାଯାଉଛି କି କମ୍ପାନୀ ନୂଆ ଉତ୍ପାଦ ଦ୍ବାରା ଗ୍ରାହକଙ୍କୁ ଏବଂ ଅନ୍ୟ କମ୍ପାନୀମାନଙ୍କୁ ଚକିତ କରିପାରେ ।
Comments are closed.