ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫,୧୭୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକ ମଧ୍ୟରେ ଦେଶରେ ୪୪୦ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଗୁରୁବାର ଗୋଟିଏ ଦିନରେ ୩୭,୧୬୯ ଜଣ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ମୋଟ ୩,୧୪,୮୫,୯୨୩ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି। ସଂପ୍ରତି ଦେଶରେ ୩,୬୭,୪୧୫ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି, ଯାହା ୧୪୮ ଦିନ ମଧ୍ୟରେ ସର୍ବନିମ୍ନ ସ୍ତର।
ଦେଶରେ ଦୈନିକ ସଂକ୍ରମଣ ହାର ୧.୯୬% ଏବଂ ସାପ୍ତାହିକ ସଂକ୍ରମଣ ହାର ୧.୯୫% ରହିଛି। ଗୁରୁବାର ସଂଧ୍ୟା ସୁଦ୍ଧା ମୋଟ ୪୯.୮୪ କୋଟି ନମୁନା ପରୀକ୍ଷା କରାଯାଇସାରିଛି। ଏଥିସହିତ ସେହି ସମୟ ମଧ୍ୟରେ ଦେଶବାସୀଙ୍କୁ ୫୬.୦୬ କୋଟି ପାନ କୋଭିଡ ଟିକା ଦିଆଯାଇଛି। ଗତକାଲିକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୩୨,୫୧୯କୁ ବୃଦ୍ଧିପାଇଛି।



