www.samajalive.in
Sunday, December 7, 2025
26.1 C
Bhubaneswar

ଦିଲ୍ଲୀରେ ଗଡିଲା ବିଦ୍ୟୁତ ଚାଳିତ ବସ

ନୂଆଦିଲ୍ଲୀ: ଗୁରୁବାର ଠାରୁ ଦିଲ୍ଲୀରେ ବିଦ୍ୟୁତ ଚାଳିତ ବସ ସେବା ଆରମ୍ଭ ହୋଇଛି। ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ପକ୍ଷରୁ ଏହି ବସ ସେବା ପ୍ରଚଳନ କରାଯାଇଛି। ଡିଏମଆରସି ମୋଟ ୧୫୦ ବିଦ୍ୟୁତ ଚାଳିତ ବସ ଆଣିଥିବାବେଳେ ଗୁରୁବାର ୨୫ଟି ଇ-ବସ୍‍ ଦୁଇଟି ପଥରେ ଚଳାଚଳ ଆରମ୍ଭ କରିଛି। ଏହି ବସଗୁଡିକ କେବଳ ମେଟ୍ରୋ ରେଳଯାତ୍ରୀଙ୍କ ପାଇଁ ଉପଲବ୍ଧ ହେବ ଏବଂ ଏଥିରେ ଯାତ୍ରା କରୁଥିବା ଯାତ୍ରୀଙ୍କ ନିକଟରୁ ନଗଦ ଅର୍ଥ ନିଆଯିବ ନାହିଁ। ପ୍ରତ୍ୟେକ ବସରେ ୨୪ ଜଣ ଯାତ୍ରୀ ବସିବା ବ୍ୟବସ୍ଥା ରହିଛି। ଏହି ବସଗୁଡିକ ସମ୍ପୂର୍ଣ୍ଣ ଭାବରେ ସଂସର୍ଗ ବିହୀନ ଏବଂ ଏଥିରେ କୌଣସି କଣ୍ଡକ୍ଟର ମଧ୍ୟ ରହିବେ ନାହିଁ। ମେଟ୍ରୋ ସ୍ମାର୍ଟ କାର୍ଡ ଜରିଆରେ ଏଥିରେ ଯାତ୍ରା କରିହେବ। ତାହାଛଡା ଧାର୍ଯ୍ୟ ରହଣି ସ୍ଥଳ ବ୍ୟତୀତ ଏହା ଅନ୍ୟ କେଉଁଠାରେ ରହଣି କରିବନାହିଁ। ଯାତ୍ରୀମାନେ ବସ ରହଣି ସ୍ଥଳରୁ ଯାତ୍ରା ଆରମ୍ଭ କରିବାପରେ ସେମାନେ କେବଳ ମେଟ୍ରୋ ଷ୍ଟେସନଗୁଡିକରେ ଓହ୍ଲାଇ ପାରିବେ। ଏହି ବସରେ ଯାତ୍ରା ପାଇଁ ୪ କିଲୋମିଟର ପର୍ଯ୍ୟନ୍ତ ୧୦ ଟଙ୍କା, ୪ରୁ ୮ କିଲୋମିଟର ପର୍ଯ୍ୟନ୍ତ ୧୫ ଟଙ୍କା, ୮ରୁ ୧୨ କିଲୋମିଟର ୨୦ ଟଙ୍କା ଏବଂ ତାହାଠାରୁ ଅଧିକ ଦୂରତା ପାଇଁ ୨୫ ଟଙ୍କା ଭଡା ଧାର୍ଯ୍ୟ କରାଯାଇଛି। ଏଥିରେ ଅତ୍ୟାଧୁନିକ ପରିବହନ ବ୍ୟବସ୍ଥା ସହିତ ସିସିଟିଭି ଏବଂ ଜିପିଏସ ଖଞ୍ଜାଯାଇଛି। ଭିନ୍ନକ୍ଷମଙ୍କ ପାଇଁ ହ୍ୱିଲଚେୟାର ସହିତ ବସକୁ ପ୍ରବେଶ କରିବାକୁ ଆଙ୍କରେଜ ବ୍ୟବସ୍ଥା ରହିଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories