www.samajalive.in
Saturday, December 6, 2025
26.1 C
Bhubaneswar

ଅଲିମ୍ପିକ ପଦକ ବିଜୟିନୀ ସାଇଖୋମ ମୀରାବାଇ ଚାନୁ ଆମୱେ ଇଣ୍ଡିଆର ବ୍ରାଣ୍ଡ୍‍ ଆମ୍ବାସାଡର

ଭୁବନେଶ୍ୱର : ଦେଶର ଅନ୍ୟତମ ଅଗ୍ରଣୀ ଏଫଏମସିଜି ପ୍ରତ୍ୟକ୍ଷ ବିକ୍ରୟକାରୀ କମ୍ପାନୀ ଆମୱେ ଇଣ୍ଡିଆ, ଏମାନୁଏଲ ଗ୍ଲୋବାଲ କନସଲଟାନ୍ସିଜ ଜରିଆରେ ଆମୱେ ଏବଂ ଏହାର ନ୍ୟୁଟ୍ରିଲାଇଟ ବର୍ଗର ଉତ୍ପାଦସମୂହ ପାଇଁ ଅଲିମ୍ପିକ ପଦକ ବିଜେତା ସାଇଖୋମ ମୀରାବାଇ ଚାନୁଙ୍କ ସହିତ ସହଭାଗିତା କରି ତାଙ୍କୁ ବ୍ରାଣ୍ଡଆମ୍ବାସାଡର ଭାବେ ଗ୍ରହଣ କରିଛି। ଆମୱେର ନ୍ୟୁଟ୍ରିଲାଇଟ ଡେଲି, ଓମେଗା ଏବଂ ଅଲ୍‍ ପ୍ଲାଣ୍ଟ ପ୍ରୋଟିନ ଆଦି ଅଗାଧିକାର ଉତ୍ପାଦଗୁଡିକର ସମସ୍ତ ପ୍ଲାଟଫର୍ମରେ ପ୍ରଚାର ଅଭିଯାନର ନେତୃତ୍ୱ ନେବେ ଚାନୁ। ଆମୱେ ପକ୍ଷରୁ ଏହାର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିସାଧନ ଶ୍ରେଣୀ ଉପରେ ଦୃଷ୍ଟି କେନ୍ଦ୍ରିଭୂତ କରିବା, ବିଶେଷକରି ଦେଶର ମହିଳା ଓ ଯୁବବର୍ଗଙ୍କୁ ଲକ୍ଷ୍ୟରେ ରଖି ଆଗକୁ ବଢିବା ସକାଶେ ଆମୱେ ରଖିଥିବା ଲକ୍ଷ୍ୟ ମୁତାବକ ଅଲିମ୍ପିକ ବିଜୟିନୀ ଚାନୁଙ୍କ ସହିତ ସହଭାଗିତା କରିଛି। ଏହି ସହଭାଗିତା ସମ୍ପର୍କରେ ମତଦେଇ ଆମୱେ ଇଣ୍ଡିଆର ସିଇଓ ଅଂଶୁ ବୁଧରାଜା କହିଛନ୍ତି, ଆମୱେ ଏବଂ ନ୍ୟୁଟ୍ରିଲାଇଟ ବିଶ୍ୱସ୍ତରରେ ପ୍ରାଦ୍ୟୋଗିକି, ସୁଯୋଗ, ମହିଳା ସଶକ୍ତିକରଣ, ପୁଷ୍ଟିସାଧନ ଏବଂ କଲ୍ୟାଣକାରିତା ଆଦି କ୍ଷେତ୍ରରେ ସର୍ବୋତ୍ତମର ପ୍ରତୀକ ହୋଇଛି। ମୀରାବାଇ ଚାନୁଙ୍କ ସହିତ ଆମର ସହଭାଗିତା ଏକ ସ୍ୱାଭାବିକ ପସନ୍ଦ। ସେ ଆମର ଆଶା, ପ୍ରତିବଦ୍ଧତା, ଆତ୍ମ ସଶକ୍ତିକରଣ, ସୁସ୍ଥ ଜୀବନ ଯାପନ ମୂଲ୍ୟବୋଧର ପ୍ରକୃଷ୍ଟ ଉଦାହରଣ ଏବଂ ସମ୍ପୂର୍ଣ୍ଣ ସୁସ୍ଥ ରହିବା ପ୍ରତି ତାଙ୍କର ପ୍ରତିବଦ୍ଧତା ଅତୁଳନୀୟ। ଏହା ତାଙ୍କୁ ସଂପୂର୍ଣ୍ଣ ସଠିକ ସହଭାଗି କରିଛି ଯାହା ଜନସାଧାରଣଙ୍କୁ ଉନ୍ନତ ଜୀବନ ନିର୍ବାହ କରିବା, ସୁସ୍ଥ ରହିବା ଦିଗରେ ଆମର ମୂଲ୍ୟବୋଧକୁ ପୁନଃ ପରିବର୍ଦ୍ଧିତ କରୁଛି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories