www.samajalive.in
Wednesday, December 10, 2025
23.1 C
Bhubaneswar

ଶୀତଦିନରେ ତ୍ୱଚାରେ ଚମକ ଚାହୁଁଛନ୍ତି କି: ଲଗାନ୍ତୁ ଏହି ମାସ୍କ

ସମାଜ ଡିଜିଟାଲ ଡେସ୍କ: ଆଜିକାଲିର ଯୁବପୀଢିମାନେ ତ୍ୱଚାକୁ ନେଇ ସୁସ୍ଥ ଏବଂ ଚମକଦାର ରଖିବା ପାଇଁ ବିଭିନ୍ନ ଉପାୟ ଚେଷ୍ଟା କରନ୍ତି । କିନ୍ତୁ ସମସ୍ତେ ପ୍ରାକୃତିକ ଉପାୟରେ ତ୍ୱଚାରେ ଚମକ ଚାହୁଁଛନ୍ତି । ଯଦି ଆପଣ ଏପରି ଚାହୁଁଛନ୍ତି ତେବେ ଏକ ଓଟ୍‌ ଫେସ୍‌ ମାସ୍କ ସବୁଠାରୁ ଭଲ ବିକଳ୍ପ ହୋଇପାରେ । ଏହି ଫେସ୍‌ ମାସ୍କ ତ୍ୱଚାକୁ ଏକ୍ସଫୋଲିଏଟ୍‌, ହାଇଡ୍ରେଟ ଏବଂ ପ୍ରାକୃତିକ ଚମକ ଆଣିବାରେ ସାହାଯ୍ୟ କରେ । ଏହାକୁ କିପରି ପ୍ରସ୍ତୁତ କରିବେ ଜାଣନ୍ତୁ ।

ଯଦି ଆପଣ ଆପଣଙ୍କ ତ୍ୱଚା ପାଇଁ ପ୍ରାକୃତିକ ଚମକ ଏବଂ କୋମଳତା ଚାହୁଁଛନ୍ତି, ତେବେ ଏହି ଓଟ୍ସ ଫେସ୍‌ ମାସ୍କ ବ୍ୟବହାର କରନ୍ତୁ । ଓଟ୍ସ ପ୍ରାକୃତିକ ଭାବେ ତ୍ୱଚାକୁ ସଫା କରେ, ଏକ୍ସଫୋଲିଏଟ୍‌ କରେ ଓ ହାଇଡ୍ରେଟ୍‌ ରଖିଥାଏ ।

- Advertisement -

ସାମଗ୍ରୀ
୨ ଚାମଚ ଓଟ୍ସ
୧ ଚାମଚ ଦହି
୧ ଚିମୁଟା ହଳଦୀ ପାଉଡର
୧ ଚାମଚ ମହୁ

ମାସ୍କ କିପରି ତିଆରି କରିବେ
ଓଟ୍ସ ଫେସ୍‌ ମାସ୍କ ତିଆି କରିବା ପାଇଁ, ପ୍ରଥମେ ଓଟ୍ସକୁ ମିକ୍ସରରେ କିମ୍ବା ହାତରେ ହାଲୁକା ଭାବରେ ପେଷ୍ଟ କରନ୍ତୁ । ତାପରେ ଓଟ୍ସକୁ ଏକ ପାତ୍ରରେ ଢାଳି ଦହି କିମ୍ବା କ୍ଷୀର ସହିତ ମିଶାଇ ଦିଅନ୍ତୁ । ଏହାପରେ ସେଥିରେ ହଳଦୀ, ମହୁକୁ ଭଲ ଭାବରେ ମିଶାନ୍ତୁ । ଆପଣଙ୍କର ଓଟ୍ସ ମାସ୍କ ପ୍ରସ୍ତୁତ ହୋଇଯାଇଛି । ଏହାକୁ ଆପଣରେ ମୁହଁରେ ଲଗାଇପାରିବେ । ଲଗାଇବା ପରେ ଅତିକମରେ ୧୫-୨୦ମିନିଟ ପାଇଁ ରଖି ଥଣ୍ଡାପାଣିରେ ଭଲ ଭାବରେ ଧୋଇ ହୁଅନ୍ତୁ । ଦେଖିବେ ମୁହଁରେ କେତେ ମାତ୍ରାରେ ଚମକ ଆସିଯିବ ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories