ସମାଜ ଡିଜିଟାଲ ଡେସ୍କ: ଆଜିକାଲିର ଯୁବପୀଢିମାନେ ତ୍ୱଚାକୁ ନେଇ ସୁସ୍ଥ ଏବଂ ଚମକଦାର ରଖିବା ପାଇଁ ବିଭିନ୍ନ ଉପାୟ ଚେଷ୍ଟା କରନ୍ତି । କିନ୍ତୁ ସମସ୍ତେ ପ୍ରାକୃତିକ ଉପାୟରେ ତ୍ୱଚାରେ ଚମକ ଚାହୁଁଛନ୍ତି । ଯଦି ଆପଣ ଏପରି ଚାହୁଁଛନ୍ତି ତେବେ ଏକ ଓଟ୍ ଫେସ୍ ମାସ୍କ ସବୁଠାରୁ ଭଲ ବିକଳ୍ପ ହୋଇପାରେ । ଏହି ଫେସ୍ ମାସ୍କ ତ୍ୱଚାକୁ ଏକ୍ସଫୋଲିଏଟ୍, ହାଇଡ୍ରେଟ ଏବଂ ପ୍ରାକୃତିକ ଚମକ ଆଣିବାରେ ସାହାଯ୍ୟ କରେ । ଏହାକୁ କିପରି ପ୍ରସ୍ତୁତ କରିବେ ଜାଣନ୍ତୁ ।
ଯଦି ଆପଣ ଆପଣଙ୍କ ତ୍ୱଚା ପାଇଁ ପ୍ରାକୃତିକ ଚମକ ଏବଂ କୋମଳତା ଚାହୁଁଛନ୍ତି, ତେବେ ଏହି ଓଟ୍ସ ଫେସ୍ ମାସ୍କ ବ୍ୟବହାର କରନ୍ତୁ । ଓଟ୍ସ ପ୍ରାକୃତିକ ଭାବେ ତ୍ୱଚାକୁ ସଫା କରେ, ଏକ୍ସଫୋଲିଏଟ୍ କରେ ଓ ହାଇଡ୍ରେଟ୍ ରଖିଥାଏ ।
ସାମଗ୍ରୀ
୨ ଚାମଚ ଓଟ୍ସ
୧ ଚାମଚ ଦହି
୧ ଚିମୁଟା ହଳଦୀ ପାଉଡର
୧ ଚାମଚ ମହୁ
ମାସ୍କ କିପରି ତିଆରି କରିବେ
ଓଟ୍ସ ଫେସ୍ ମାସ୍କ ତିଆି କରିବା ପାଇଁ, ପ୍ରଥମେ ଓଟ୍ସକୁ ମିକ୍ସରରେ କିମ୍ବା ହାତରେ ହାଲୁକା ଭାବରେ ପେଷ୍ଟ କରନ୍ତୁ । ତାପରେ ଓଟ୍ସକୁ ଏକ ପାତ୍ରରେ ଢାଳି ଦହି କିମ୍ବା କ୍ଷୀର ସହିତ ମିଶାଇ ଦିଅନ୍ତୁ । ଏହାପରେ ସେଥିରେ ହଳଦୀ, ମହୁକୁ ଭଲ ଭାବରେ ମିଶାନ୍ତୁ । ଆପଣଙ୍କର ଓଟ୍ସ ମାସ୍କ ପ୍ରସ୍ତୁତ ହୋଇଯାଇଛି । ଏହାକୁ ଆପଣରେ ମୁହଁରେ ଲଗାଇପାରିବେ । ଲଗାଇବା ପରେ ଅତିକମରେ ୧୫-୨୦ମିନିଟ ପାଇଁ ରଖି ଥଣ୍ଡାପାଣିରେ ଭଲ ଭାବରେ ଧୋଇ ହୁଅନ୍ତୁ । ଦେଖିବେ ମୁହଁରେ କେତେ ମାତ୍ରାରେ ଚମକ ଆସିଯିବ ।



