କଟକ: ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ଅବହେଳାରୁ ମୃତ୍ୟୁ ହୋଇଥିବା ବାରମ୍ବାର ଅଭିଯୋଗ ଆସୁଛି । ଆଜି ହ୍ୟୁମାନଙ୍କ ମୃତ୍ୟୁକୁ ନେଇ କଟକ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଚଳଚ୍ଚିତ୍ର ନିର୍ଦ୍ଦେଶକ ଜିତୁ ରାଉତ । ହ୍ୟୁମାନଙ୍କ ୩ଜଣ ସହଯୋଗୀଙ୍କ ଭୂମିକାକୁ ତଦନ୍ତ ପରିସରଭୃକ୍ତ କରିବାକୁ ଅନୁରୋଧ କରିଛନ୍ତି ଜିତୁ ।
ତେବେ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ଲଗାତାର ଷ୍ଟେଜ୍ ସୋ କରୁଥିଲେ ହ୍ୟୁମାନ । ଦେହା ଖରାପ ସତ୍ୱେ ତାଙ୍କୁ କିଏ ପ୍ରୋଗ୍ରାମ କରିବାକୁ ବାଧ୍ୟ କରୁଥିଲା ନା ଚାପ ପକାଯାଉଥିଲା ତାହାକୁ ନେଇ ପ୍ରଶ୍ନ ଉଠିଛି । ଅନେକ ଭିଡ଼ିଓ ଏବେ ଭାଇରାଲ ହେଉଛି ଯେଉଁଥିରେ ହ୍ୟୁମାନ ନିଜେ କହୁଛନ୍ତି ଯେ ମୋର ଦେହ ଖରାପ, ପ୍ରୋଗ୍ରାମକୁ ଆସିବାକୁ ଚାହୁଁନଥିଲି ।



