www.samajalive.in
Saturday, December 6, 2025
16.1 C
Bhubaneswar

ଚାଟଶାଳୀ ଶିକ୍ଷା ଅଭିଯାନ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ପୂଜାରୀଗୁଡା ପଞ୍ଚାୟତର ଲଟାଗୁଡା ଗାଁରେ ଦିଲ୍ଲୀ ଆତ୍ମ ଶକ୍ତି ଓଡିଶା ଶ୍ରମ ଜୀବୀ ମଞ୍ଚ, ମହିଳା ଶ୍ରମ ଜୀବୀ ମଞ୍ଚ ଓ ରାୟଗଡା ଜନ ଜାଗରଣ ମଞ୍ଚ ତରଫରୁ ମିଶନ ଚାଟଶାଳୀ ଶିକ୍ଷା ଅଭିଯାନ ଉଦଘାଟନ କରାଯାଇଛି । ଏଥିରେ ସ୍ଥାନୀୟ ୱାର୍ଡ଼ ସଭ୍ୟ ଶିବ ନାୟକ ମୁଖ୍ୟ ଅତିଥି ଭାବେ ରହିଥିବା ବେଳେ ଗାଁର ଭଦ୍ରବ୍ୟକ୍ତି ଅଭି କର୍ଷିକା, ଜନ ଜାଗରଣ ମଞ୍ଚ ଲୋକ ସଂଗଠନରକର୍ମୀ ବ୍ଲକ ସଂଯୋଜକ ଦେବେନ୍ଦ୍ର ସୁନା ଓ ଜନ ସାଥି ରୀନା ହଂସ ଉପସ୍ଥିତ ରହିଥିଲେ । ଗ୍ରାମୀଣ ରି ମେଡିଆଲ କ୍ଲାସ ମାଧ୍ୟମରେ ସ୍ବେଚ୍ଛାସେବୀମାନଙ୍କୁ ନେଇ ଶିକ୍ଷା ଦାନ ହୋଇଥିଲା । ସେଥିରେ ସଫଳ ହେବା ପରେ ମିଶନ ଏକ ଲକ୍ଷ ପିଲାଙ୍କୁ ଓ ୭ହଜାର ସ୍ବେଚ୍ଛାସେବୀଙ୍କୁ ନେଇ ଶିକ୍ଷାଦାନ କରିବାରେ ସଫଳତା ପାଇ ସାରିଛି। ବର୍ତ୍ତମାନ ୫ ଲକ୍ଷ ପିଲାଙ୍କୁ ଶିକ୍ଷା ଦାନ କରିବା ପାଇଁ ମିଶନ ଚାଟଶାଳୀ ଉଦଘାଟନ କରାଯାଇଛି । ପୁରାତନ ଚାଟଶାଳୀକୁ ବଞ୍ଚାଇ ରଖିବା ପାଇଁ ଅତ୍ୟାଧୁନିକ ଚାଟଶାଳୀ ପୁନରୁଦ୍ଧାର କରାଯାଇଛି । କରୋନା ମହାମାରୀ ସମୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରାଛାତ୍ରୀଙ୍କୁ ଏହିଶିକ୍ଷା ଦିଆଯିବ ବୋଲି କହିଛନ୍ତି । ଏହି କାର୍ୟ୍ୟକ୍ରମରେ ଗାଁର ବହୁ ଲୋକମାନେ ଉପସ୍ଥିତ ରହିଥିଲେ ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories