www.samajalive.in
Wednesday, December 10, 2025
16.1 C
Bhubaneswar

ମାୟାଲଜିଆ କଣ ? ଜାଣନ୍ତୁ ଏହାର ଲକ୍ଷଣ ଓ ନିରାକରଣ….

ନୂଆଦିଲ୍ଲୀ : ବିନା କାରଣରେ ଆପଣମାନେ କେବେ ଶରୀରରେ ଯନ୍ତ୍ରଣା ଅନୁଭବ କରିଛନ୍ତି କି ? ମାଂସପେଶୀ ଯନ୍ତ୍ରଣା, ଯେପରି ଆପଣ କିଛି ଭାରୀ କାମ କରିଛନ୍ତି, ଯଦିଓ ଆପଣ କରିନାହାଁନ୍ତି? ଏହି ପ୍ରକାରର ମାଂସପେଶୀ ଯନ୍ତ୍ରଣାକୁ ମାୟାଲଜିଆ କୁହାଯାଏ। କେହି କେହି ଏହାକୁ ବହୁ ହାଲୁକା ଭାବେ ନେଇଥାନ୍ତି , କିନ୍ତୁ ପରେ ଏହା ଏତେ ଜଟିଳ ହୋଇଯାଏ , ଯେ ଆପଣ ନିତିଦିନିଆ ଦୈନନ୍ଦିନ କାର୍ଯ୍ୟ କରିବାକୁ ବି ଅସମର୍ଥ ହୁଅନ୍ତି। ସବୁଠାରୁ ବଡ ପ୍ରଶ୍ନ ଉଠୁଛି କଣ ଏହି ମାୟାଲଜିଆ ? ଏହାର ଲକ୍ଷଣ କଣ ଏବଂ ଏହାକୁ କିପରି ନିୟନ୍ତ୍ରଣରେ ଆଣିହେବ।

ମାୟାଲଜିଆ ଅର୍ଥ ମାଂସପେଶୀ ଯନ୍ତ୍ରଣା। କେତେକ ସମୟରେ ଏହି ଯନ୍ତ୍ରଣା ଶରୀରର ଗୋଟିଏ ସ୍ଥାନରେ ହୁଏ (ଯେପରିକି କାନ୍ଧ କିମ୍ବା ଜଙ୍ଘରେ) ତ ବେଳେବେଳେ ଏହା ପୁରା ଶରୀରକୁ ବ୍ୟାପିଥାଏ। ଏହା କୌଣସି ନିର୍ଦ୍ଦିଷ୍ଟ ରୋଗ ନୁହେଁ, ବରଂ ଏହା ଏକ ଲକ୍ଷଣ। ଯାହା ବିଭିନ୍ନ କାରଣ ଯୋଗୁଁ ହୋଇପାରେ। ଆସନ୍ତୁ ଜାଣିବା..

- Advertisement -

* ଯଦି ଆପଣ ଜିମ୍‌ରେ କିଛି ନୂଆ ବ୍ୟାୟାମ ଆରମ୍ଭ କରିଛନ୍ତି କିମ୍ବା ଭାରୀ ଜିନିଷ ଉଠାଇଛନ୍ତି, ତେବେ ମାଂସପେଶୀ ଯନ୍ତ୍ରଣା ଅନୁଭବ କରିବା ସାଧାରଣ କଥା। ଏହାକୁ DOMS କୁହାଯାଏ। ଏହି ଯନ୍ତ୍ରଣା ସାଧାରଣତଃ ବ୍ୟାୟାମ କରିବାର ୬ରୁ ୧୨ ଘଣ୍ଟା ପରେ ଅନୁଭବ ହୋଇଥାଏ। ଏହା ୪୮ ଘଣ୍ଟା ପର୍ଯ୍ୟନ୍ତ ରହିପାରେ। ବ୍ୟାୟାମ କରିବା ସମୟରେ ଅଧିକ ପରିଶ୍ରମ ଯୋଗୁଁ ମାଂସପେଶୀରେ କ୍ଷତି ପହଞ୍ଚିବା ସହ ହାଡ ଭାଙ୍ଗିଯିବାର ସମ୍ଭାବନା ଥାଏ।

* ଖେଳିବା ସମୟରେ କୌଣସି କାରଣରୁ ତଳେ ପଡିଗଲେ ମାଂସପେଶୀରେ ଆଘାତ ଲାଗିଥାଏ। ଏହା ସାଧାରଣତଃ କିଛି ଦିନ ମଧ୍ୟରେ ଭଲ ହୋଇଯାଇଥାଏ। କିନ୍ତୁ ଯଦି ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ରହୁଛି , ତେବେ ଡେରି ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

* କୌଣସି ଔଷଧ ଖାଇବା ପରେ ଯଦି ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଉଛି। ତେବେ ତାହା ମଧ୍ୟ ମାୟାଲଜିଆର କାରଣ ହୋଇଥାଏ। ତେଣୁ ଏଭଳି ପରିସ୍ଥିତିରେ ମଧ୍ୟ ଆପଶ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଶରୀର​‌ରେ ଭିଟାମିନ୍ ଡି, ବି-୧୨ ଏବଂ କ୍ୟାଲସିୟମ ଭଳି ପୋଷକ ତତ୍ଵର ଅଭାବ ମଧ୍ୟ ମାୟାଲଜିଆର କାରଣ ବନିପାରେ। ଥକ୍କାପଣ, ଦୁର୍ବଳତା ଏବଂ କିଛି କ୍ଷେତ୍ରରେ ଜ୍ୱର କିମ୍ବା ଗଣ୍ଠି ଫୁଲା ଏହାର କାରଣ ହୋଇଥାଏ , ତେଣୁ ଆପଣମାନେ ଡେରି ନକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Hot this week

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

Related Articles

Popular Categories