ଏୟୁ ଆରମ୍ଭକଲା ପରବର୍ତ୍ତୀ ପିଢ଼ିର ବ୍ୟାଙ୍କିଙ୍ଗ ଅଭିଯାନ
ମୁମ୍ବଇ: ଡିଜିଟାଲ ବ୍ୟାଙ୍କିଙ୍ଗ କାର୍ଯ୍ୟଧାରାରେ ଏକ ବ୍ୟାପକ ପରିବର୍ତ୍ତନ ଆଣିବା ପ୍ରତିଶ୍ରୁତି ଦେଇ ଭାରତର ସର୍ବବୃହତ ଏସଏଫ୍ବି ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ, ‘ବଦଲାଓହମ୍ସେହୈ’ ଶୀର୍ଷକରେ ଏକ ବୃହତ ବ୍ରାଣ୍ଡ୍ ଅଭିଯାନ ଶୁଭାରମ୍ଭ କରିଛି। ଏୟୁ ବ୍ୟାଙ୍କ ଆରମ୍ଭ ହେବା ଦିନଠାରୁ ଏହା ତାହାର ପ୍ରଥମ ସମନ୍ୱିତ ମାର୍କେଟିଂ ଯୋଗାଯୋଗ ଅଭିଯାନ ହୋଇଛି।
ପରବର୍ତ୍ତୀ ପିଢିର ବ୍ୟାଙ୍କିଙ୍ଗ ଯୁଗର ଶୁଭାରମ୍ଭ କରି ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଏହାର ଗ୍ରାହକଙ୍କୁ ଭିଡିଓକଲ୍ ଜରିଆରେ ଜଣେ ବ୍ୟାଙ୍କରଙ୍କ ସହିତ ମୁହାଁମୁହିଁ କଥାବାର୍ତ୍ତା କରିବା ସମେତ ଡିଜିଟାଲ ପଦ୍ଧତିରେ ସମସ୍ତ ବ୍ୟାଙ୍କିଙ୍ଗ ସେବା ଉପଲବ୍ଧ କରାଇବାକୁ ନିଜର ଅଗ୍ରଣୀ ଡିଜିଟାଲ ବ୍ୟାଙ୍କିଙ୍ଗ ପ୍ଲାଟଫର୍ମ ଏୟୁ ୦୧୦୧ ପ୍ରଚଳନ କରିଛି। ଏଥିସହିତ ବ୍ୟାଙ୍କ ସମୁଦାୟ ବର୍ଗର ଗ୍ରାହକଙ୍କୁ ସେବା ଯୋଗାଇବାକୁ ତାହାର ବିବିଧ ରେଞ୍ଜ କ୍ରେଡିଟ କାର୍ଡଗୁଡିକର ଉନ୍ମୋଚନ ମଧ୍ୟ କରିଛି। ଅଭିଯାନକୁ ଅଧିକ ପ୍ରଭାବୀ କରିବା ଏବଂ ଏହାକୁ ଏକ ସାର୍ବଜନୀନ ରୂପ ଦେବାପାଇଁ ଏୟୁ ଭାରତୀୟ ଚଳଚ୍ଚିତ୍ର ଜଗତର ଦୁଇଜଣ ସୁପରିଚିତ ଅଭିନେତା ଓ ଅଭିନେତ୍ରୀ ଯଥା-ଆମିରଖାନ ଓ କିଆରା ଆଡଭାନିଙ୍କ ସହିତ ଚୁକ୍ତିବଦ୍ଧ ହୋଇଛି।
Comments are closed.