ଭୁବନେଶ୍ୱର: ଗତ ସୋମବାର ଦିନ ରାଜ୍ୟରେ ୬୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ କଟକ ଜିଲାରୁ ସର୍ବାଧିକ ୧୪ ଜଣ ରହିଛନ୍ତି। ସେହିଭଳି ଅନୁଗୁଳ ଓ ଜଗତସିଂହପୁର ଜିଲାରେ ୮ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଯାଜପୁର ଜିଲାରେ ୭, ବାଲେଶ୍ୱର ଓ କେନ୍ଦ୍ରାପଡାରେ ୬ ଜଣ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହି ସମୟ ମଧ୍ୟରେ ଢେଙ୍କନାଳ ଓ ଖୋର୍ଦ୍ଧା ଜିଲାରେ ୫ ଜଣ ଲେଖାଏଁ, ପୁରୀ ଓ ରାୟଗଡା ଜିଲାର ୩ ଜଣ ଲେଖାଏଁ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ ଜିଲାରେ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୦୨୧କୁ ବୃଦ୍ଧିପାଇଛି।
ଦିନକ ମଧ୍ୟରେ ରାଜ୍ୟରେ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
Popular Categories



