www.samajalive.in
Saturday, December 13, 2025
27.1 C
Bhubaneswar

ହାଇତି ଭୂକମ୍ପରେ ମୃତ୍ୟୁସଂଖ୍ୟା ୧୨୦୦କୁ ବୃଦ୍ଧି

ପୋର୍ଟ ଅଫ ପ୍ରିନ୍ସ: ହାଇତିରେ ଘଟିଥିବା ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁସଂଖ୍ୟା ରବିବାର ଦିନ ୧୨୦୦କୁ ବୃଦ୍ଧିପାଇଛି। ଉଦ୍ଧାରକାରୀ ଦଳ ଧ୍ୱଂସ ସ୍ତୁପ ମଧ୍ୟରୁ ମୃତାହତକୁ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବାବେଳେ ମୃତକଙ୍କ ସଂଖ୍ୟା ବୃଦ୍ଧିପାଇବା ଆଶଙ୍କା କରାଯାଉଛି। ଦେଶର ଦକ୍ଷିଣ ପୂର୍ବ ଭାଗରେ ଅବସ୍ଥିତ ଲେସ କାୟେସ ସହର ଭୂକମ୍ପରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ସହରର ଜନସାଧାରଣ ଭୂକମ୍ପ ପରବର୍ତ୍ତୀ କମ୍ପନ ଭୟରେ ରବିବାର ରାତି ତମାମ ଖୋଲା ସ୍ଥାନରେ ବିତାଇଥିଲେ। ସଂପ୍ରତି ଦିନ ରାତି ଭାରି ଯନ୍ତ୍ରଗୁଡିକ ସାହାଯ୍ୟରେ ଭଗ୍ନ କୋଠାଗୁଡିକୁ ହଟାଇ ମୃତାହତଙ୍କୁ ଖୋଜିବା କାର୍ଯ୍ୟ ଜାରି ରହିଛି। ନିଜ ପ୍ରିୟ ପରିଜନଙ୍କୁ ଏପର୍ଯ୍ୟନ୍ତ ଖୋଜି ପାଉନଥିବା ଲୋକମାନେ ଧ୍ୱଂସସ୍ତୁପ ନିକଟରେ ବସି ରହିଛନ୍ତି। ଭଙ୍ଗା କଂକ୍ରିଟ ତଳୁ ଉଦ୍ଧାର ପାଇଯାଇଥିବା ଲୋକମାନେ ସେମାନଙ୍କର ଭୟାନକ କାହାଣୀ ବର୍ଣ୍ଣନା କରିଛନ୍ତି। ସେମାନଙ୍କର ନିଃଶ୍ୱାସ ପ୍ରଶ୍ୱାସ ବନ୍ଦ ହେବାକୁ ବସିଥିବାବେଳେ ସେମାନେ ବଞ୍ଚିଯାଇଥିବା କହିଛନ୍ତି। ଏଥିସହିତ ସେମାନେ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ଦେଶର ରାଜଧାନୀ ପୋର୍ଟ ଅଫ ପ୍ରିନ୍ସ ୨୦୧୦ରେ ହୋଇଥିବା ଏକ ବଡଧରଣର ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତିର ସାମନା କରିଥିଲା। ଚଳିତ ଥର ପ୍ରାୟ ୧୩୬୦୦ କୋଠା ଘର ସଂପୂର୍ଣ୍ଣ ଭାଙ୍ଗିଯାଇଥିବାଏବଂ ୧୩୭୦୦ ଅର୍ଦ୍ଧଭଗ୍ନ ଅବସ୍ଥାରେ ରହିଥିବା ପ୍ରାଥମିକ ରିପୋର୍ଟରୁ ଜଣାଯାଇଛି। ଏବେ ମଧ୍ୟ ଶତାଧିକ ଲୋକ ଧ୍ୱଂସସ୍ତୁପ ତଳେ ଚାପି ହୋି ରହିଛନ୍ତି। ଏହି ବିପର୍ଯ୍ୟୟରେ ୫୭୦୦ରୁ ଅଧିକ ଲୋକ ଆହତ ହୋଇଥିବା ଏପଯ୍ୟଁନ୍ତ ଖବର ମିଳିଛି।

Hot this week

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

Related Articles

Popular Categories