www.samajalive.in
Saturday, December 6, 2025
26.1 C
Bhubaneswar

ସରିଲା ଆଇଏଏସ ପ୍ରେମ କାହାଣୀ: ଛାଡପତ୍ର ନେଲେ ଟିନା ଡାବି ଓ ଆତହାର ଖାଁ

ନୂଆଦିଲ୍ଲୀ: ଆଇଏଏସ ଦମ୍ପତି ଟିନା ଡାବି ଏବଂ ଆତହାର ଖାଁ ପ୍ରେମ କାହାଣୀରେ ପୂର୍ଣ୍ଣଚ୍ଛେଦ ପଡିଛି। ଏଥିସହିତ ସେମାନଙ୍କ ମଧ୍ୟରେ ଆନୁଷ୍ଠାନିକ ଭାବରେ ବିବାହ ବିଚ୍ଛେଦ ଘଟିଛି। ଜୟପୁରର ପରିବାର ଅଦାଲତ ସେମାନଙ୍କ ଛାଡପତ୍ର ଆବେଦନକୁ ଅନୁମୋଦନ କରିଛନ୍ତି। ଏହାପରେ ଦୁହେଁ ପରସ୍ପର ଠାରୁ ବିଧିବଦ୍ଧ ଭାବରେ ଅଲଗା ହୋଇଯାଇଛନ୍ତି। ଏହି ଦମ୍ପତି ଗତବର୍ଷ ନଭେମ୍ବରରେ ପାରସ୍ପରିକ ବୁଝାମଣାରେ ବିବାହ ବିଚ୍ଛେଦ ପାଇଁ ପରିବାର ଅଦାଲତରେ ଆବେଦନ କରିଥିଲେ। ଅଦାଲତ ସ୍ୱତନ୍ତ୍ର ବିବାହ ଆଇନର ଧାରା ୨୮ ଅନୁଯାୟୀ ଏହାକୁ ଅନୁମୋଦନ କରିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୬ ବ୍ୟାଚର ଆଇଏଏସ ଟପ୍ପର ଟିନା ଡାବି ଏବଂ ଆତହାର ଖାଁ ଜୟୁପୁରରେ ୨୦୧୮ ମାର୍ଚ୍ଚ ୨୦ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସେମାନଙ୍କର ଏହି ପ୍ରେମ କାହାଣୀ ଜାତୀୟ ଗଣମାଧ୍ୟମର ଶୀର୍ଷକ ପାଲଟିଥିଲା। ତାହା ପୂର୍ବରୁ ସେମାନେ କହିଥିଲେ ଯେ ଆଇଏଏସ ଭାବରେ ତାଲିମ ନେବା ସମୟରେ ସେମାନେ ପରସ୍ପର ପ୍ରେମରେ ପଡିଥିଲେ। ସେମାନଙ୍କର ଏହି ପ୍ରେମ କାହାଣୀ ଦିଲ୍ଲୀ ଠାରୁ ନେଇ ଜମ୍ମୁ କାଶ୍ମୀର ପର୍ଯ୍ୟନ୍ତ ଚର୍ଚ୍ଚାର ବିଷୟ ପାଲଟିଥିଲା। ଅଖିଳ ଭାରତୀୟ ହିନ୍ଦୁ ମହାସଭା ଏହାକୁ ‘ଲଭ-ଜିହାଦ’ ଆଖ୍ୟା ମଧ୍ୟ ଦେଇଥିଲା। ଏହା ମଧ୍ୟ ଟିନାର ପିତା ମାତାଙ୍କ ନିକଟକୁ ପତ୍ରଲେଖି କହିଥିଲା ଯେ ସେମାନେ ଏହି ଦମ୍ପତିଙ୍କର ସଫଳତାକୁ ନେଇ ଗର୍ବ ଅନୁଭବ କରୁଛନ୍ତି। କିନ୍ତୁ ଟିନା ଜଣେ ମୁସଲମାନଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେବା ଅତ୍ୟନ୍ତ ଯନ୍ତ୍ରଣାଦାୟକ ହୋଇଛି। ଏପରିକି ସେମାନେ ଉକ୍ତ ବିବାହକୁ ବାତିଲ କରିବା, ନତୁବା ଖାଁଙ୍କୁ ତାଙ୍କ ଧର୍ମ ପରିବର୍ତ୍ତନ କରିବାକୁ ପ୍ରବର୍ତ୍ତାଇବାକୁ କହିଥିଲେ।
ଆତହାର ଖାଁ କାଶ୍ମୀର ବାସିନ୍ଦା ହୋଇଥିବାବେଳେ ସେ କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷାରେ ୨୦୧୫ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ସେହି ବ୍ୟାଚର ଟିନା ଡାବି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ତେବେ ସେମାନଙ୍କ ବୈବାହିକ ସମ୍ପର୍କରେ ଫାଟ ଗତବର୍ଷ ଜଣାପଡିଥିଲା। ଟିନା ଡାବି ନିଜ ନାମରେ ଲଗାଇଥିବା ସାଙ୍ଗିଆ ‘ଖାଁ’କୁ ସାମାଜିକ ଗଣମାଧ୍ୟମରେ ବାଦ୍‍ ଦେବାପରେ ଏହା ଲୋକଲୋଚନକୁ ଆସିଥିଲା। ଏହାପରେ ଦୁହେଁ ବିବାହ ବିଚ୍ଛେଦ ଘଟାଇବାକୁ ନିଷ୍ପତ୍ତି ନେଇଥିଲେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories