www.samajalive.in
Monday, December 8, 2025
16.1 C
Bhubaneswar

ଆମେରିକାର ସାମରିକ ବାୟୋମେଟ୍ରିକ ଉପକରଣକୁ ଜବତ କଲା ତାଲିବାନ

ୱାଶିଂଟନ: ଆଫଗାନିସ୍ତାନରେ ଆମେରିକାର ବାୟୋମେଟ୍ରିକ ଉପକରଣକୁ ତାଲିବାନ ଜବତ କରିଛି। ଏହି ଏଚଆଇଆଇଡିଇ ଯନ୍ତ୍ରକୁ ଆମେରିକାର ସୈନ୍ୟବାହିନୀ ବିଶ୍ୱବ୍ୟାପୀ ଆତଙ୍କ ବିରୋଧୀ ଲଢେଇରେ ବ୍ୟବହାର କରିଆସୁଛନ୍ତି। ଏହାକୁ ସେମାନେ ୨୦୧୧ରେ ପାକିସ୍ତାନରେ ଓସାମା ବିନ ଲାଡେନର ଗୁପ୍ତ ଆଡ୍ଡା ଉପରେ ଚଢଉ କରିବା ସମୟରେ ଓସାମାକୁ ଚିହ୍ନଟ କରିବା ପାଇଁ ବ୍ୟବହାର କରିଥିଲେ। ଏବେ ତାଲିବାନ ହାତରେ ଏହି ଉପକରଣ ପଡିବା ପରେ ଆମେରିକାର ଚିନ୍ତା ବଢିଯାଇଛି। କାରଣ ସେଥିରେ ଆଫଗାନିସ୍ତାନରେ ଦୀର୍ଘବର୍ଷ ଚାଲିଥିବା ଶୀତଳ ଯୁଦ୍ଧରେ ଆମେରିକା ସୈନ୍ୟମାନଙ୍କୁ ସହାୟତା କରିଥିବା ଆଫଗାନ ଜନସାଧାରଣଙ୍କ ସମ୍ପର୍କିତ ତଥ୍ୟ ରହିଛି। ଗତ ସପ୍ତାହରେ କାବୁଲ ଦଖଲ ସମୟରେ ତାଲିବାନ ଆତଙ୍କିମାନେ ଏହି ହ୍ୟାଣ୍ଡହେଲଡ ଇଣ୍ଟରଏଜେନ୍ସି ଡିଟେକ୍ସନ ଇକ୍ୱିପମେଣ୍ଟକୁ ଜବତ କରିଥିବା ଖବର ହସ୍ତଗତ ହୋଇଛି। ଏହାଦ୍ୱାରା ତାଲିବାନ ହାତରେ କିଛି ସମ୍ବେଦନଶୀଳ ସୂଚନା ପଡିଯାଇପାରେ ବୋଲି ସେଠାରେ ଅଭିଯାନରେ ସାମିଲ ହୋଇଥିବା ଆମେରିକା ସୈନ୍ୟବାହିନୀର ତିନିଜଣ ପୂର୍ବତନ ଅଧିକାରୀ ଆଶଙ୍କା ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ଏହି ଏଚଆଇଆଇଡିଇ ଉପକରଣରେ ଆଙ୍ଗୁଠି ଛାପ ଏବଂ ଆଖିଡୋଳାର ଚିତ୍ର ଭଳି ବାୟୋମେଟ୍ରିକ ତଥ୍ୟ ମହଜୁଦ ରହିଥାଏ। ଏହିଭଳି କେତେ ଉପକରଣ ତାଲିବାନ ହାତରେ ପଡିଛି ତାହା ସଠିକ ଭାବରେ ଜଣାପଡିନାହିଁ। ସେଥିରେ ଆମେରିକା ସୈନ୍ୟଙ୍କୁ ସହାୟତା କରିଥିବା ଆଫଗାନ ନାଗରିକଙ୍କ ତଥ୍ୟ ମଧ୍ୟ ରହିଛି। ତାଲିବାନ ତାହାକୁ ବାହାର କରିବା ପରେ ସେହି ନିରୀହ ଲୋକଙ୍କ ଉପରେ ଦାଉ ସାଧିବା ଆଶଙ୍କା ମଧ୍ୟ କରାଯାଉଛି। ଅନ୍ୟପକ୍ଷରେ ଆମେରିକାର ସ୍ୱତନ୍ତ୍ର ସାମରିକ ଅଭିଯାନର ଜଣେ ବିଶେଷଜ୍ଞ କହିଛନ୍ତି ଯେ ଉକ୍ତ ଉପକରଣରେ ଥିବା ତଥ୍ୟର ପ୍ରକ୍ରିୟାକରଣ କରି ତାହା ବିସ୍ତୃତ ଭାବରେ ଜାଣିବା ତାଲିବାନ ପାଇଁ କଷ୍ଟକର ହେବ। ତେବେ ପାକିସ୍ତାନ ଏ କ୍ଷେତ୍ରରେ ସେମାନଙ୍କୁ ସହାୟତା କରିପାରେ ବୋଲି ସେ କହିଛନ୍ତି। କାରଣ ପାକିସ୍ତାନର ଆଇଏସଆଇ ଏହିଭଳି ଉପକରଣରେ ଥିବା ତଥ୍ୟ ଜାଣିବାର କୋ÷ଶଳ ରଖିଛି। ତାହାଛଡା ଆଇଏସଆଇ ଏବଂ ତାଲିବାନ ମଧ୍ୟରେ ପୁରୁଣା ସମ୍ପର୍କ ରହିଥିବାରୁ ଏବେ ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଏଥିସହିତ ଆମେରିକା ପକ୍ଷରୁ ଆଫଗାନିସ୍ତାନ ସୈନ୍ୟଙ୍କୁ ଦିଆଯାଇଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବେ ତାଲିବାନ ହାତରେ ପଡିଛି। ତାଲିବାନ ସେଗୁଡିକ ଏବେ ବ୍ୟବହାର କରୁଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories