www.samajalive.in
Tuesday, December 9, 2025
15.1 C
Bhubaneswar

ଜଟିଳ ହେଉଛି ଆଫଗାନିସ୍ତାନ ପରିସ୍ଥିତି; ବଳପୂର୍ବକ କ୍ଷମତାସୀନ ସରକାରକୁ ସ୍ୱୀକୃତି ଦେବନାହିଁ ଭାରତ

ନୂଆଦିଲ୍ଲୀ: ତାଲିବାନ ଆତଙ୍କିମାନେ ଗୋଟିଏ ପରେ ଗୋଟିଏ ପ୍ରଦେଶ ଓ ସହର ଅକ୍ତିଆର କରିବା ସହିତ କ୍ରୁର ଆଚରଣର ଚରମ ସୀମାରେ ପହଞ୍ଚିଛନ୍ତି। ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ବାଛିବାଛି ତାଲିବାନ ଆତଙ୍କିମାନେ ହତ୍ୟା କରୁଛନ୍ତି। ଏଥିସହିତ ସେମାନଙ୍କ ନିର୍ମମ ଆଚରଣରୁ ଦେଶର ଶିଶୁ ଓ ମହିଳା ମଧ୍ୟ ବାଦ୍‍ ପଡିନାହାନ୍ତି। ଇତିମଧ୍ୟରେ ୩୦ରୁ ଅଧିକ ଶିଶୁଙ୍କୁ ତାଲିବାନ ହତ୍ୟା କରିଥିବାବେଳେ ୧୨ ବର୍ଷରୁ ଅଧିକ ବୟସର ବାଳିକା, ଯୁବତୀ ଓ ବିଧବାମାନଙ୍କୁ ଘରୁ ବଳପୂର୍ବକ ନେଇ ଆତଙ୍କିମାନେ ବିବାହ କରୁଛନ୍ତି। ଏଥିସହିତ ୧୨ ବର୍ଷରୁ ଅଧିକ ବୟସର ବାଳିକା ଓ ଯୁବତୀଙ୍କୁ ଯୋ÷ନଦାସୀ ଭାବରେ ରଖାଯାଉଛି। କହିବାକୁ ଗଲେ ତାଲିବାନର ଆତଙ୍କରାଜରେ ଆଫଗାନିସ୍ତାନ ଏବେ ମହିଳାମାନଙ୍କ ପାଇଁ ନର୍କ ପାଲଟିଛି। ଇତିମଧ୍ୟରେ ଅନେକ ଆଫଗାନ ପରିବାର ନିଜ ଘରଦ୍ୱାର ସବୁକିଛି ଛାଡି ଅନ୍ୟ ସ୍ଥାନରେ ତମ୍ବୁ ପକାଇ ଆଶ୍ରୟ ନେଇଛନ୍ତି। ଆତଙ୍କିମାନେ ଅଧିକାଂଶ ଅଞ୍ଚଳ ଦଖଲ କରିସାରିଥିବାରୁ ସଂପ୍ରତି ଦେଶରେ ଗୁରୁତର ଖାଦ୍ୟାଭାବ ପରିସ୍ଥିତି ସୃଷ୍ଟି ହୋଇଛି। ସେମାନଙ୍କ ଅଧୀନରେ ଥିବା ଅଞ୍ଚଳରେ ବିଦ୍ୟାଳୟ, ଡାକ୍ତରଖାନା ଆଦିକୁ ସେମାନେ ବନ୍ଦ କରିଦେଇଛନ୍ତି।

ଆଫଗାନ ପରିସ୍ଥିତି ଭୟଙ୍କର ହେଉଥିବାବେଳେ ଭାରତ ସମେତ ବିଭିନ୍ନ ରାଷ୍ଟ୍ର ସେଠାରୁ ନିଜ ନିଜ ନାଗରିକଙ୍କୁ ଜରୁରୀକାଳୀନ ଭିତ୍ତିରେ ଫେରାଇ ଆଣିବା ଉଦ୍ୟମ ଜାରି ରଖିଛନ୍ତି। ଭାରତୀୟ ନାଗରିକମାନେ ତୁରନ୍ତ ଆଫଗାନିସ୍ତାନ ଛାଡିବାକୁ ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ଇତିମଧ୍ୟରେ ଭାରତ ସରକାର କହିଛନ୍ତି ଯେ ଆଫଗାନିସ୍ତାନରେ ବଳପ୍ରୟୋଗ ଦ୍ୱାରା କ୍ଷମତାସୀନ ହେଉଥିବା ସରକାରକୁ ଏହା ସ୍ୱୀକୃତି ଦେବନାହିଁ। ଭାରତ ଭଳି ବିଶ୍ୱର ୧୧ଟି ରାଷ୍ଟ୍ର ମଧ୍ୟ ସମାନ ମତ ପୋଷଣ କରିଛନ୍ତି। ଇତିମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଏଚଆର ମ୍ୟାକମାଷ୍ଟର ବାଇଡେନ ପ୍ରଶାସନକୁ କଡା ନିନ୍ଦା ଓ ସମାଲୋଚନା କରିଛନ୍ତି। ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର କରାଯିବାକୁ ନେଇ ସେ ଆମେରିକା ପ୍ରଶାସନକୁ ନିନ୍ଦା କରିବା ସହିତ ପାକିସ୍ତାନ ବିରୁଦ୍ଧରେ କଠୋର ଆଭିମୁଖ୍ୟ ପୋଷଣ କରିବାକୁ ଦାବି କରିଛନ୍ତି। ଡୋନାଲଡ ଟ୍ରମ୍ପଙ୍କ ଶାସନ ସମୟରେ ଦେଶର ଦ୍ୱିତୀୟ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିବା ମ୍ୟାକମାଷ୍ଟର କହିଛନ୍ତି, ବାଇଡେନ ଏଭଳି ଏକ ପରିସ୍ଥିତିରେ ନୀରବତା ଅବଲମ୍ବନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

- Advertisement -

ଅନ୍ୟପକ୍ଷରେ ତାଲିବାନର ଜଣେ ମୁଖପାତ୍ର ଟ୍ୱିଟ କରି କହିଛନ୍ତି ଯେ ସେମାନେ କାନ୍ଦାହାରକୁ ସମ୍ପୂର୍ଣ୍ଣ ଭାବରେ ନିଜ ଦଖଲକୁ ନେଇସାରିଛନ୍ତି। ମୁଜାହିଦ୍ଦିନମାନେ କାନ୍ଦାହାରର ସହିଦ ସ୍ମାରକୀ ସ୍ଥଳ ନିକଟରେ ପହଞ୍ଚିସାରିଛନ୍ତି। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ତାଲିବାନ ଆତଙ୍କିଙ୍କ ଆକ୍ରମଣ ଆଗରେ ତିଷ୍ଠି ନପାରି ଦେଶର ସୈନ୍ୟମାନେ ସହର ବାହାରେ ଥିବା ଏକ ସାମରିକ ସ୍ଥଳକୁ ଚାଲିଯାଇଛନ୍ତି। ଇତିମଧ୍ୟରେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଲୟଡ ଅଷ୍ଟିନ ଆଫଗାନ ପରିସ୍ଥିତି ସମ୍ପର୍କରେ ସେହି ଦେଶର ରାଷ୍ଟ୍ରପତି ଆଶ୍ରଫ ଘନିଙ୍କ ସହିତ ଆଲୋଚନା କରିବା ପରେ ଆମେରିକା ପ୍ରଶାସନ ଆଫଗାନିସ୍ତାନ ସହିତ ଦୃଢ଼ କୂଟନୈତିକ ଓ ନିରାପତ୍ତା ସଂପର୍କ ବଜାୟ ରଖିବାର ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କଲେ ତାକୁ ସ୍ୱୀକୃତି ଦେବ ବୋଲି ଚୀନ କହିଛି। ଅନ୍ୟପକ୍ଷରେ ତାଲିବାନ ଯଦି କ୍ଷମତା ଦଖଲ କରେ, ତେବେ ତାହାକୁ ଏକଘରିଆ କରିଦିଆଯିବ ବୋଲି ୟୁରୋପୀୟ ସଂଘ ଧମକ ଦେଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories