www.samajalive.in
Monday, December 15, 2025
24.1 C
Bhubaneswar

‘ଭୋସ- ୯୨’ର ବାର୍ଷିକ ବନ୍ଧୁ ମିଳନ

ଭୁବନେଶ୍ୱର: ବାଣୀବିହାର ପୁରାତନ ଛାତ୍ର ସଂଗଠନ (ଭୋସ-୯୨)ର ବାର୍ଷିକ ବନ୍ଧୁ ମିଳନ “ଆମ୍ରପଲ୍ଲୀ ରିସର୍ଟ “ରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ଭାବାବେଗ ଏବଂ ଆତ୍ମିୟତା ବେଶ ପରିଲକ୍ଷିତ ହୋଇଥିଲା। ବିଗତ ୩୩ବର୍ଷର ବାଣୀବିହାର ଅନୁଭୁତିକୁ ବନ୍ଧୁ ଓ ବାନ୍ଧଵୀମାନେ ରୋମନ୍ଥନ କରିଥିଲେ। ବିଦେଶରୁ ବହୁତ ବନ୍ଧୁ ଓ ବାନ୍ଧବୀ ଏଥିରେ ଯୋଗ ଦେଇଥିଲେ। ସାସ୍କୃତିକ କାର୍ଯ୍ୟକ୍ରମ ବେଶ ମନ ମୁଗ୍ଧକର ହୋଇଥିଲା।

ଏ ବର୍ଷର ନୂତନ କର୍ମକର୍ତ୍ତା ଭାବରେ ପ୍ରିୟବ୍ରତ ମହାନ୍ତି ସଭାପତି, ପୁଷ୍ପଜିତ ମହାପାତ୍ର ଉପସଭାପତି, ମନୋଜ କୁମାର ରାଉତ ସମ୍ପାଦକ, ମନୋଜ କୁମାର ଦେଓ ସହସମ୍ପାଦକ, ହିମାଂଶୁ ଶେଖର ସ୍ୱାଇଁ କୋଷାଧକ୍ଷ, ସୌମେନ୍ଦ୍ର ମହାପାତ୍ର ଅଡିଟର ଏବଂ ଗଦାଧର ରଥ ଆବାହକ  ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ। ପରିଶେଷରେ ବାଣୀବିହାର ପୁରାତନ ଛାତ୍ର ସଂଗଠନ ଆଗାମୀ ଦିନରେ ସମାଜ ସେବା ପାଇଁ କାର୍ଯ୍ୟ କରିବା ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହାସହିତ ସମାଜ ସେବା ପାଇଁ ନିଆଯାଇଥିବା କାର୍ଯ୍ୟକ୍ରମଗୁଡିକର ତ୍ୱରାନ୍ୱିତ ନିମନ୍ତେ ପଦକ୍ଷେପ ନେବାକୁ ମତପ୍ରକାଶ ପାଇଥିଲା । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବନ୍ଧୁ ଓ ବାନ୍ଧବୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories