www.samajalive.in
Monday, December 8, 2025
27.1 C
Bhubaneswar

ଆମେରିକା ସମର୍ଥକଙ୍କୁ ଖୋଜୁଛନ୍ତି ତାଲିବାନ ଆତଙ୍କି

କାବୁଲ: ଆଫଗାନିସ୍ତାନରେ ଆମେରିକୀୟ ସୈନ୍ୟଙ୍କ ରହଣି ସମୟରେ ସେମାନଙ୍କୁ ସହଯୋଗ ଓ ସମର୍ଥନ କରୁଥିବା ଆଫଗାନ ନାଗରିକ ଓ ସେମାନଙ୍କ ପରିବାରବର୍ଗଙ୍କୁ ତାଲିବାନ ଆତଙ୍କିମାନେ ଖୋଜିବା ଆରମ୍ଭ କରିଦେଇଛନ୍ତି। ସୋମବାର ବିଳମ୍ବିତ ରାତିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଉଥିବା ଏବଂ ଆମେରିକା ନାଗରିକଙ୍କ ପ୍ରତି ଆଞ୍ଚ ଆସିଲେ ତାଲିବାନ ବିରୁଦ୍ଧରେ କଠୋର ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦେବା ସମୟରେ ସୋମବାର ରାତିତମାମ କାବୁଲରେ ତାଲିବାନ ଆତଙ୍କିମାନେ ଘରକୁ ଘର ଯାଇ ଆମେରିକା ସମର୍ଥକଙ୍କୁ ଖୋଜି ଚାଲିଥିଲେ। ଆମେରିକାକୁ ସହଯୋଗ ଓ ସମର୍ଥନ କରିଥିବା ଅଥବା କରୁଥିବା ଲୋକଙ୍କୁ ତାଲିବାନ ଆତଙ୍କିମାନେ ନିର୍ମମ ଭାବରେ ହତ୍ୟା କରିବାରେ ଲାଗିଛନ୍ତି। ଅନ୍ୟପକ୍ଷରେ କାବୁଲରେ ସଂପ୍ରତି ଆମେରିକାର ୬ହଜାର ସୈନ୍ୟ ରହିଛନ୍ତି। ସେଠାରୁ ଆମେରିକା ଦୂତାବାସ କର୍ମଚାରୀ, ସେମାନଙ୍କ ପରିବାରବର୍ଗ ନିରାପଦରେ ସ୍ୱଦେଶ ଫେରିବା ପର୍ଯ୍ୟନ୍ତ ଉକ୍ତ ସୈନ୍ୟମାନେ ସେଠାରେ ରହିବେ ବୋଲି ଜଣାଯାଇଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories