www.samajalive.in
Saturday, December 13, 2025
26.1 C
Bhubaneswar

ପୁଣି ମୁଣ୍ଡ ଟେକିଲା କୋଭିଡ ସଂକ୍ରମଣ; ଦିନକରେ ରାଜ୍ୟରେ ୧୦୪୧ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଦୁଇଦିନ ୧ ହଜାର ତଳେ ରହିବା ପରେ ବୁଧବାର ଦିନ ପୁଣି ହଜାରେ ପାର କରିଛି। ଏହି ଦିନ ରାଜ୍ୟରେ ୧୦୪୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଶୂନ୍ୟରୁ ୧୮ ବର୍ଷ ବୟସର ୧୨୮ ଜଣ ରହିଛନ୍ତି। ଏଥିସହିତ ସଂଗରୋଧରୁ ୬୦୫ ଏବଂ ସ୍ଥାନୀୟ ସଂକ୍ରମିତ ୪୩୬ ଜଣ ରହିଥିବା ଜଣାଯାଇଛି। ଚିହ୍ନଟଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୨୯, ବାଲେଶ୍ୱର ୨୨, ବରଗଡ , ଭଦ୍ରକ ୧୫ ଓ ବଲାଙ୍ଗିରରୁ ୨ ଜଣ ଚିହ୍ନଟ ହୋଇଛନ୍ତି।

ସେହିଭଳି ବଉଦରୁ ୧, କଟକ ୧୭୬, ଦେବଗଡ ୭, ଢେଙ୍କାନାଳ ୧୫ ଓ ଗଜପତିରୁ ଜଣେ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ଗଞ୍ଜାମ ୫, ଜଗତସିଂହପୁର ୪୩, ଯାଜପୁର ୫୬, ଝାରସୁଗୁଡା ୧, କଳାହାଣ୍ଡିରୁ ୪ ଜଣ ଚିହ୍ନଟ ହୋଇଛନ୍ତି। କନ୍ଧମାଳରୁ ୨, କେନ୍ଦ୍ରାପଡା ୩୭, କେନ୍ଦୁଝର ୧୨, ଖୋର୍ଦ୍ଧା ୩୯୮, କୋରାପୁଟ ୨ ଓ ମାଲକାନଗିରିରୁ ୩ ଜଣ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜରୁ ୩୬, ନବରଙ୍ଗପୁର ୩, ନୟାଗଡ ୧୩, ନୂଆପଡା ୧, ପୁରୀ ୩୪ ଓ ରାୟଗଡାରୁ ୫ ଜଣ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ସମ୍ବଲପୁର ୯, ସୋନପୁର ୧, ସୁନ୍ଦରଗଡ ୧୩ ଏବଂ ଷ୍ଟେଟପୁଲରୁ ୮୮ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକରେ ୮୪୫ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସଂପ୍ରତି ୯୬୬୪ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories